କନ୍ଧମାଳ ରେ ପହିଲି ଶୀତର ପରସ, ଘନ କୁହୁଡି ରେ ଆଚ୍ଛାଦିତ ସମଗ୍ର ଅଞ୍ଚଳ

Nov 7, 2024 - 20:23
 0  22
କନ୍ଧମାଳ ରେ ପହିଲି ଶୀତର ପରସ, ଘନ କୁହୁଡି ରେ ଆଚ୍ଛାଦିତ ସମଗ୍ର ଅଞ୍ଚଳ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 :ଲଘୁଚାପ ବର୍ଷା ପରେ କନ୍ଧମାଳର କୁ ପୁଣି ଫେରିଛି ଶୀତ l ବାଲିଗୁଡ଼ା ଅଞ୍ଚଳରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ାସମେତ ଦାରିଙ୍ଗବାଡି,କ.ନୁଆଗାଁ,ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ବଢ଼ିଲାଣି ଶୀତ ।  ଦାରିଙ୍ଗବାଡି ରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲିସିୟସ ତଳେ ରହିଛି  ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳ ରେତାପ ମାତ୍ରା ହ୍ରାସ ପାଇଛି ସକାଳ ପ୍ରାୟ ୯ଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ । ଘନ କୁହୁଡି ରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ ।  ଅସହ୍ୟ ଜାଡ଼ ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି l ଗରିବ ଓ ଶ୍ରମଜୀବି କର୍ମ କ୍ଷେତ୍ରକୁ ଯାଇ ପାରୁ ନାହାନ୍ତି ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣି ଓ୍ବାକ୍,ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍ ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥିସହିତ  ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।  ଶୀତ ବଢୁଥିବାରୁ କର୍ମଜୀବି ଓ  ଗରିବ ଗୁରୁବା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  l ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ନିଆଁ ର ଆଶ୍ରୟ ନେଉଛନ୍ତି l ପ୍ରଶାସନ ପକ୍ଷରୁ ଗରିବ ଲୋକଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରାଯାଇ ନାହିଁ ଅସହ୍ୟ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ବେଲଘର  ମଣ୍ଡା ସୁରର ପ୍ରାକୃତିକ ବିଭବ ଅତି ନିକଟରୁ ଦେଖିବାକୁ ପର୍ଯ୍ୟଟକଙ୍କ ସୂଅ ଛୁଟିଲାଣି l

What's Your Reaction?

like

dislike

love

funny

angry

sad

wow