ସମସ୍ୟା ରେ କଣ୍ଟାମାଳ ୟୁ ଜି ଏମ ଇ ସ୍କୁଲ୍

Nov 8, 2024 - 21:21
 0  20
ସମସ୍ୟା ରେ କଣ୍ଟାମାଳ ୟୁ ଜି ଏମ ଇ ସ୍କୁଲ୍

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ୟୁ ଜି ଏମ ଇ ସ୍କୁଲ୍ ଟି ଅବ୍ୟବସ୍ଥା ମଧ୍ୟ ରେ ପଡ଼ି ରହିଛି। ଏହି ବିଦ୍ୟାଳୟ ରେ ପ୍ରଶାସନିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ଶିକ୍ଷାଦାନ ସମସ୍ତ କ୍ଷେତ୍ର ରେ ଅବହେଳିତ ହୋଇ ରହିଥିବା ଅଭିଭାବକ ମହଲ ରେ ଆଲୋଚନା ପାଲଟିଛି। ଅପର ପକ୍ଷ ରେ ସଦର ବିଦ୍ୟାଳୟ ହୋଇଥିବା ବେଳେ ବ୍ଲକ ଶିକ୍ଷା ବିଭାଗ କୌଣସି ଦୃଷ୍ଟି ଦେଉ ନଥିବା ସଧାରଣ ରେ ଅଭିଯୋଗ ହୋଇଛି। ପ୍ରଥମେ ଉକ୍ତ ବିଦ୍ୟାଳୟ ରେ ପାଣି ର ସୁବିଧା ନ ଥିବା ବେଳେ ରାସ୍ତା ପାରି ହୋଇ ଏକ ନଳକୂଅ ଉପରେ ଭରସା କରୁଛନ୍ତି ଛାତ୍ର ଛାତ୍ରୀ, ଦ୍ଵିତୀୟ ରେ ଟଏଲେଟ୍ ସୁବିଧା ନ ଥିବାରୁ ଛାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ସେହିପରି ବିଦ୍ୟାଳୟ ପରିଚାଳନା ରେ ମଧ୍ୟ ନାନା ସମସ୍ୟା ଲାଗି ରହୁଛି । ଦଣ୍ଡ ମୁକ୍ତ ଅଞ୍ଚଳ ରେ ପିଲାମାନଙ୍କୁ ପିଟିବାରେ ହେଉ ଅବା ସ୍କୁଲ୍ ପରିସର ରେ ସମସ୍ତ ଶିକ୍ଷକ ଅନୁପସ୍ଥିତ କୁ ନେଇ ବହୁତ ଥର ଅଭିଭାବକ ଶିକ୍ଷକ ମୁହାଁ ମୁହିଁ ହୋଇଛନ୍ତି। ଏବଂ ଗତ କାଲି ଲକ୍ଷ୍ମଣ ବାରିକ ନାମକ ଜଣେ ଅଭିଭାବକ ବହୁ ଛାତ୍ର ଛାତ୍ରୀ ବାହାରେ ବୁଲା ବୁଲି କରୁଥିବା ଲକ୍ଷ୍ୟ କରି ଶିକ୍ଷକ ମାନଙ୍କୁ ଅଭିଯୋଗ ପାଇଁ ଯିବା ବେଳେ ସ୍କୁଲ୍ ପରିସର ରେ କୌଣସି ଶିକ୍ଷକ ନ ଥିବା ଦେଖି ବିସ୍ମିତ ହୋଇପଡ଼ିଥିଲେ। ଏବଂ ସେଠାରେ କିଛି ସମୟ ଅପେକ୍ଷା କଲା ପରେ ଜଣେ ଶିକ୍ଷକ ପହଞ୍ଚିଥିଲେ। ସୂଚନା ଯେ ଉକ୍ତ ବିଦ୍ୟାଳୟ ରେ ମୋଟ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିବାବେଳେ କୌଣସି ଜଣେ ବି ଶିକ୍ଷକ ସ୍କୁଲ୍ ରେ ଉପସ୍ଥିତ ନ ଥିବା ଶିକ୍ଷାଦାନ ପଦ୍ଧତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ସ୍କୁଲ୍ ଟି କଣ୍ଟାମାଳ ଅଞ୍ଚଳ ର ବହୁ ପୁରୁଣା ସ୍କୁଲ୍ ହୋଇଥିବାବେଳେ ଏହା ପ୍ରତି ଶିକ୍ଷା ବିଭାଗ ସୁଦୃଷ୍ଟି ଦେଇ ଏଠାରେ ଥିବା ସମସ୍ୟା କୁ ସମାଧାନ କରିବାରେ ପଦକ୍ଷେପ ନେବେ ବୋଲି ସ୍ଥାନୀୟ ଅଞ୍ଚଳ ର ଶିକ୍ଷବିତ ମାନେ ଦାବୀ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow