କରଙ୍ଗାମାଲ ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ଶିବିର
ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କରଙ୍ଗାମାଳ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସୁଶାନ୍ତ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀରେ ସରପଞ୍ଚ ରାମଲାଲ ପଣ୍ଡା, ଜିପିଡିଓ ଭୀଷ୍ମ କୁମାର, ଯୋଗାଣ ନିରୀକ୍ଷକ ଆଲୋକ ପାତ୍ର,ଏପିଓ ରବିନାରାୟଣ ରାଉତ,ବି ଏସ ଏସ ଓ ହିତେଶ କୁମାର ଆଡବାହି,ପି ଇ ଓ ତାପସ କୁମାର ଅଗସ୍ତି,ଏ ଡି ଇ ଓ ସହସ୍ରାନ୍ସୁ ଯୋଶୀ,ଯୋଗାଣ ସହାୟକ ଶଶି ଧର ବାଗ,ସନ୍ତୋଷ କୁମାର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ଆସିଥିବା ୫ଟି ଅଭିଯୋଗର ସମାଧାନ କରିବାକୁ ବି ଡି ଓ ସୁଶାନ୍ତ କୁମାର ରଣା ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
What's Your Reaction?