କୋଣାର୍କ ଉତ୍ସବର ପ୍ରଥମ ଦିବସରେ ଓମ ପ୍ରକାଶ ନିର୍ମାଣ କଲେ ଇନ୍ଦ୍ରଲାଟ ମନ୍ଦିର
କର୍ଲାମୁଣ୍ଡା:୧/୧୨(ଲୋକ ଆବାଜ. ଇନ ବ୍ୟୁରୋ ରିପୋର୍ଟ)
କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମି ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ପ୍ରଥମ ଦିବସରେ "ସ୍ମାରକୀ "ଉପରେ ଆଧାରିତ ବାଲୁକା କଳା କର୍ମଶାଳା ଅନୁଷ୍ଠିତ ହୋଇ ଥିଲା l କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡ ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ନିର୍ମାଣ କରି ଛନ୍ତି ରlଣିପୁର ଝରିଆଲ ର ଇନ୍ଦ୍ରଲାଟ ମନ୍ଦିର l ତାଙ୍କରି ଚାରି ଜଣିଆ ଟିମରେ ଶ୍ରୀ ସାହୁଙ୍କ ସମେତ ପୁରୀର ରଞ୍ଜନ ଗଙ୍ଗୁଳି, ଶ୍ରୀଧର ଦାସ ଓ ଭୁବନେଶ୍ୱର ର ସୁବଳ ମହାରଣା ସାମିଲ ଥିଲେ ଚାରିଜଣିଆ ଟିମ ର ମିଳିତ ଉଦ୍ୟମରେ ପୁରୀ ମନ୍ଦିର, ଇଣ୍ଡିଆ ଗେଟ ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି l
What's Your Reaction?