କର୍ଲାମୁଣ୍ଡା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ
Farmer Exposure visit
କଳାହାଣ୍ଡି:(ଲୋକ ଅବାଜ.ଇନ ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଆତ୍ମା ପକ୍ଷରୁ ଏଏଓ କୁମାର ଚିରଞ୍ଜିବି ଙ୍କ ନେତୃତ୍ୱରେ ୨୦ ଜଣ ଅଗ୍ରଣୀ ଚାଷୀ ଙ୍କୁ ନେଇ ବୌଦ୍ଧ ଜିଲ୍ଲାର କୃଷି ବିଜ୍ଞାନ କୁ ଦୁଇ ଦିନିଆ ପରିଦର୍ଶନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅଗ୍ରଣୀ ଚାଷୀ ଜବରସିଂ ମାଝୀ, ସୁରେନ୍ଦ୍ର ଭୋଇ ଙ୍କ ସମେତ ଅନ୍ୟ ଚାଷୀ ମାନେ ଅଂଶ ଗ୍ରହଣ କରି ଜୈବିକ ଖତ ପ୍ରସ୍ତୁତି ଓ ପ୍ରୟୋଗ,ଛତୁ ଚାଷ ପ୍ରଣାଳୀ,ଜିଆ ଖତ ପ୍ରସ୍ତୁତ, ବତକ ଚାଷ,ମାଛ ଚାଷ ପ୍ରଭୁତି ରେ ଉନ୍ନତମାନର ଜ୍ଞାନ କୌଶଳ ବ୍ୟବହାର ଦିଗରେ ଶିଖିବାର ସୁଯୋଗ ପାଇଥିଲେ।କାର୍ଯ୍ୟକ୍ରମ ରେ ଏଟିଏମ୍ ଶ୍ୟାମ ପଦ ଭଞ୍ଜ,ଓଁମ ପ୍ରକାଶ ମିଶ୍ର ସହଯୋଗ କରିଥିଲେ।
What's Your Reaction?