ଗତ ଶୁକ୍ରବାର ଦିନ ମାଈ ହାତୀର ମୃତ ଦେହ ଉଦ୍ଧାର:ଦୁଇ ଦିନପରେ ଆଜି ପୁଣି ଏକ ହାତୀ ଶାବକ ଉଦ୍ଧାର

Sep 16, 2024 - 20:04
 0  102
ଗତ ଶୁକ୍ରବାର ଦିନ ମାଈ ହାତୀର ମୃତ ଦେହ ଉଦ୍ଧାର:ଦୁଇ ଦିନପରେ ଆଜି ପୁଣି ଏକ ହାତୀ ଶାବକ ଉଦ୍ଧାର

ନର୍ଲା:ଲୋକ୍ ଆବାଜ୍‌.ଇନ୍‌(ଜଗତ୍ ରାମ୍ ସାହୁଙ୍କ ରିପୋର୍ଟ
କଳାହାଣ୍ଡି ଜିଲ୍ଳା ଉତ୍ତରବନଖଣ୍ଡ ଅଧୀନସ୍ଥ ନର୍ଲାରେଂଜ ରେଗିଡ଼ିମାଲଠାରେ ଗତ ଶୁକ୍ରବାର ଦିନ ଏକ ମାଈ ହାତୀର ମୃତ୍ୟୁ ହେଇଥିବାବେଳେ ଆଜି ଉକ୍ତ ସ୍ଥାନରୁ ଏକ ହାତୀ ଶାବକ ଉଦ୍ଧାର କରିଛି ବନ ବିଭାଗ । ଗତ ଶୁକ୍ରବାର ଦିନ ସକାଳୁ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡି ମାଲ୍ ନିକଟସ୍ଥ ଜଙ୍ଗଲ ପାର୍ଶ୍ଵରେ ଏକ ମାଇ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା ।ପାରିପାର୍ଶ୍ବିକ ଅବସ୍ଥିତିକୁ କୁ ଦେଖି ହାତୀ ଟି ବିଦ୍ୟୁତ୍ ଆଘାତ କାରଣ ରୁ ମରିଥିବା ଜଣା ପଡୁ ଥିଲେ ମଧ୍ୟ ବନ ବିଭାଗ ମୂଳ କଥା କୁ ସାର୍ବଜନୀନ ନ କରିବା କି ଗଣ ମାଧ୍ୟମ ରେ ପ୍ରକାଶ ନ କରିବା ସାଧାରଣ ରେ ସନ୍ଦେହ ଜାତ ହେଉଥିବା ବେଳେ ମୃତ ହାତୀ ର କ୍ଷୀର ଖାଉଥିବା ଛୁଆ ହାତୀ ମାଁ କୁ ଖୋଜି ଖୋଜି ଉକ୍ତ ଅଞ୍ଚଳ ରେ ବୁଲୁ ଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ ର ଟିମ୍ ଦିନ ରାତି ଅନିଦ୍ରା ରହି କି ମଧ୍ୟ ସେହି ଛୁଆ ହାତୀ ର ଗତି ବିଧି ଲକ୍ଷ୍ୟ ରଖୁଥିଲେ।ଆଜି ସକାଳୁ ବନ ବିଭାଗ ର ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ଵର ରୁ ଆସି ଡ୍ରୋନ୍ କ୍ୟାମେରା ମାଧ୍ୟମ ରେ ଛୁଆ ହାତୀ ର ଗତି ବିଧି ଲକ୍ଷ୍ୟ କରୁ ଥିଲେ ।ଶେଷରେ ଆଜି ଦିନ ୩ ଟା ସମୟରେ ନିକଟସ୍ଥ ଗାଡିଆ ଜୋର୍ କ୍ଷୁଦ୍ର ଜଳସେଚନ ନିକଟରେ ଟ୍ରାଙ୍କୁଲାଇଜ୍ କରି ହାତୀ ଟି କୁ ଧରି ବାରେ ସଫଳ ହୋଇଛନ୍ତି।ଉକ୍ତ ହାତୀ ଛୁଆକୁ ଛିପୂଲ୍ ଜଙ୍ଗଲ ରେ ଥିବା ନର୍ସରୀ ରେ କଡା ସୁରକ୍ଷା ଭିତରେ ରଖାଯାଇଛି । ତେବେ ଉଦ୍ଧାର ହେଇଥିବା ହାତୀ ଶାବକକୁ ନନ୍ଦନକାନନ ପଠାଯିବ ବୋଲ ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର  ସୂଚନା ଦେଇଛନ୍ତି । 

What's Your Reaction?

like

dislike

love

funny

angry

sad

wow