କର୍ଲାମୁଣ୍ଡା ବ୍ଲକ..... ସୁଭଦ୍ରା ଯୋଜନା ର ସଚେତନ ପାଇଁ ବିଶାଳ ଶୋଭା ଯାତ୍ରା

କର୍ଲାମୁଣ୍ଡା: ଲୋକ ଆବାଜ୍ . ଇନ୍ (ନନ୍ଦି କିଶୋର ଭୋଇ ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତଥା ମିଶନ ଶକ୍ତି ପକ୍ଷରୁ ସୁଭଦ୍ରା ଯୋଜନା ର ସଚେତନ ପାଇଁ ବିଶାଳ ଶୋଭା ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ,ସିଡିପିଓ କଳ୍ପଳତା ତ୍ରିପାଠୀ ,ମିଶନ ଶକ୍ତି ବ୍ଲକ ଫେଡରେଶନ ସଭାନେତ୍ରୀ ଜୟନ୍ତୀ ସାହୁ ମିଶନ ଶକ୍ତି ବିପିସି ବିପିନ ବାରିକ, ଓଡିଶା ଜୀବନ ଜୀବିକା ମିଶନ ଭାରପ୍ରାପ୍ତ ବିପିଏମ୍ ଲଳିତ କୁମାର ବିଶି ଙ୍କ ନେତୃତ୍ୱରେ ଶତାଧିକ ସିଆରପି,ଏମବିକେ, ଫେଡରେଶନ କର୍ମକର୍ତ୍ତା , ସ୍ୱୟଂ ସହାୟକ ଗୋଷ୍ଠୀ,ଆଇସିଡ଼ିଏସ କର୍ମୀ ମାନେ ଯୋଗ ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଶୋଭାଯାତ୍ର ଟି ବ୍ଲକ ସଦର ମହକୁମା ଠାରୁ ବାହାରି ରିଂଜା ଛକ ସ୍ଥିତ ଆତ୍ମା କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା।
ଏହି ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା,ଏଥିରେ ବିଡ଼ିଓ ସୁଭଦ୍ରା ଯୋଜନା କୁ ନେଇ ଯେମିତି ଲୋକଙ୍କ ପାଖରେ ଉପଯୁକ୍ତ ସୂଚନା ଦିଆଯାଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ,ମହିଳା ମାନେ କିପରି ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ପାରିବେ ତାହାରି ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡିଇଓ ସୁବ୍ରତ ରଣା, ନେତ୍ର ରାଜ୍ ତାଣ୍ଡି,ସୁରଜିତ ଡି ମାଝୀ ସହଯୋଗ କରିଥିଲେ। ସେହିପରି ବ୍ଲକ୍ ର ରିଞ୍ଜା ପଞ୍ଚାୟତ ରେ ସରପଞ୍ଚ ପଞ୍ଚାନନ ବାଗ, ଅଙ୍ଗନୱାଡ଼ି କର୍ମୀ ପ୍ରଜ୍ଞା ପରୀମିତା ସାହୁ, ପିଇଓ ଜିତୁ ଜାନୀ ଙ୍କ ନେତୃତ୍ଵ ରେ ସଚେତନତା ସୃଷ୍ଟି ପାଇଁ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ର ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତ ରେ ମଧ୍ୟ ଶୋଭା ଯାତ୍ରା ମାଧ୍ୟମରେ ସୁଭଦ୍ରା ଯୋଜନା ସମ୍ପର୍କ ରେ ସଚେତନ କରାଯାଇଥିବା ଜଣା ପଡ଼ିଛି।
What's Your Reaction?






