ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଆବିର୍ଭାବ ଦିବସ ପାଳନ

Sep 15, 2024 - 19:41
 0  42
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଆବିର୍ଭାବ ଦିବସ ପାଳନ

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍‌(ବ୍ୟୁରୋ)

 ଆଜି ମ.ରାମପୁର ବ୍ଲକ ସ୍ତରୀୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମ ଦିବସ ସାଡମ୍ବରେ ରାମପୁର ଅଧିନସ୍ଥ ରଜମୁଣ୍ଡା ସତ୍ୟ ନାରାୟଣ ସାହୁ ଙ୍କ ଆମ୍ବ ବଗିଚା ଠାରେ ପାଳନ ହୋଇଯାଇଛି। ଅସୀମ ଘୋଷ , ସହପ୍ରତିରିତ୍ୱିକ ମ. ରାମପୁର ଙ୍କ ଅଧ୍ୟକ୍ଷତା କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୁଖ୍ୟ ଆଲୋଚକ ଭାବେ ସଇଁତଳା ର ଆର୍ତ୍ତତ୍ରାଣ ଷଡ଼ଙ୍ଗୀ, ଅଧର‌୍ୟୁ ଯୋଗ ଦେଇ ଥିଲେ। ରାମପୁର, ମଦନପୁର ଓ ଯୋରାଦୋବ୍ରା ଅଞ୍ଚଳର ତିନିଶହ ରୁ ଉର୍ଦ୍ଧ ଗୁରୁଭାଇ, ମାଆ ମାନେ ଓ ସାଧୁ ସଦଜନ ମଣ୍ଡଳୀ ଯୋଗ ଦେଇଥିଲେ . ପ୍ରାତଃ ୪.୩୦ ମିନିଟ ରେ ଉଷା କୀର୍ତ୍ତନ, ସକାଳ ୭.୦୫ ମିନିଟ ରେ ଜନ୍ମ ଲଗ୍ନ ଘୋଷଣା, ୧୦ ଟା ରେ ସଙ୍ଗିତାଞ୍ଜଳି ଓ ଦିବା ୧୧.୩୦ ମିନିଟ ସମୟରେ ପ୍ରାର୍ଥନା, ସଦ ଗ୍ରନ୍ଥ ପାଠ,ଭଜନ, କୀର୍ତ୍ତନ ପରେ ସତସଙ୍ଗ ରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଭାବ ଧାରା ଓ ସଦ୍ ଗୁରୁ ଗ୍ରହଣ ର ଆବଶ୍ୟକତା ବିଷୟରେ  ଆଲୋକପାତ କରିଥିଲେ। ଦିବସ ବ୍ୟାପୀ ଦୀକ୍ଷା କାର‌୍ୟ୍ୟକ୍ରମ ଚାଲିଥିଲା । କୈଳାସ ସାହୁ, ପ୍ରକାଶ ଚନ୍ଦ୍ର ସାହୁ,ସତ୍ୟନାରାୟଣ ସାହୁ, ସୁମନ୍ତ ସାହୁ, ରୁପେନ୍ଦ୍ର ସାହୁ, ରାଜକିଶୋର ପ୍ରହରାଜ, ଗଙ୍ଗାଧର ବାଗ, ନବୀନ ସାହୁ, ମିହିର ସାହୁ ଓ ସମସ୍ତ ଗୁରୁ ଭାଇ ଓ ମା ମାନେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow