କଳିଙ୍ଗୋଦୟ ପବ୍ଲିକ ସ୍କୁଲ ବାର୍ଷିକୋତ୍ସବ ଉଜ୍ଜ୍ୱଳ-୨୪

Dec 18, 2024 - 20:15
 0  6
କଳିଙ୍ଗୋଦୟ ପବ୍ଲିକ ସ୍କୁଲ ବାର୍ଷିକୋତ୍ସବ ଉଜ୍ଜ୍ୱଳ-୨୪

କଣ୍ଟାମାଳ:୧୮/୧୨;ଲୋକ ଆବାଜ.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

  କଳିଙ୍ଗୋଦୟ ପବ୍ଲିକ ସ୍କୁଲ ର ୩ୟ ବାର୍ଷିକ ଉତ୍ସବ ଉଜ୍ଜ୍ୱଳ -୨୦୨୪ ବୁଧବାର କଣ୍ଟାମାଳ ହାଇସ୍କୁଲ ଖେଳ ପଡିଆ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ହୋଇଯାଇଛି l

 ପ୍ରତିଷ୍ଠାତା ସାଗର ବଗର୍ତ୍ତୀ ଓ ହେମବନ୍ତି ବାଘ ଙ୍କ ତତ୍ୱାବଧାନରେ ଆୟୋଜିତ ବାର୍ଷିକତ୍ସବରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି, କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ବସନ୍ତ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ପଂଚାୟତ କଲେଜ କଣ୍ଟାମାଳ ର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷାବିତ ଭବାନୀ ଶଙ୍କର ରାଉତ, ଦୁଇ ନମ୍ବର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ବିଜେପି ଯୁବନେତା ଓମପ୍ରକାଶ ମିଶ୍ର, ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଣବ କିଶୋର ସାହୁ ପ୍ରମୁଖ ଯୋଗଦେଇ ଅଞ୍ଚଳରେ ଇଂରାଜୀ ମାଧ୍ୟମ ଶିକ୍ଷା କ୍ଷେତ୍ରରେ କଳିଙ୍ଗୋଦୟ ପବ୍ଲିକ ସ୍କୁଲ ର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l କଳିଙ୍ଗୋଦୟ ପବ୍ଲିକ ସ୍କୁଲ ଅଧ୍ୟକ୍ଷ କମଳାକାନ୍ତ ବାସ୍କେ ବାର୍ଷିକ ବିବରଣୀ ପାଠ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଶିକ୍ଷୟିତ୍ରୀ ଭାର୍ଗବୀ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ l ବିଭିନ୍ନ ପ୍ରତିଯୋଗିତାର କୃତି କୁନିକୁନି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ଗାୟତ୍ରୀ ବାରିକ, ରୁପା ନାୟକ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ l ପରେ ବିଦ୍ୟାଳୟ କୁନିକୁନି ଶିଶୁ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶହ ଶହ ଅଭିଭାବକ ଅଭିଭାବିକା ଶୀତରାତିରେ ମନଭରି ଉପଭୋଗ କରିଥିଲେ l ବାର୍ଷିକ ଉତ୍ସବ ଉଜ୍ଜ୍ୱଳ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥଲେ l

What's Your Reaction?

like

dislike

love

funny

angry

sad

wow