ପଲଶାଗୋରା ହାଇସ୍କୁଲ ରେ ଶକ୍ତି ସଂରକ୍ଷଣ ସପ୍ତାହ ପାଳିତ

କଣ୍ଟାମାଳ୧୮/୧୨ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ଦିବସ ପାଳିତ ହୋଇଯାଇଛି |ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା |
ପରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରହରାଜ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ବିଦ୍ୟାଳୟ ର ଶକ୍ତି କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ଉମାକାନ୍ତ ପରିଡା ଶକ୍ତି ସଂରକ୍ଷଣ ଦିବସ ପାଳନ ଓ ଶକ୍ତି ସଂରକ୍ଷଣ ବିଷୟରେ ଆଲୋକପାତ କରିଥିଲେ |ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, କୁଇଜ,ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ଏଥିରେ କୃତି ଛାତ୍ରଛାତ୍ରୀ ଯଥା କ୍ରମେ ପ୍ରବନ୍ଧରେ ଶୁଭମ ପ୍ରଧାନ,ସ୍ଵାତି ସୁଚରିତା ବିଶ୍ୱାଳ,ଲଭଲି ପୁଟେଲ,କୁଇଜ ରେ ଦିବାନି ମହାକୁଡ଼, ସଂଗୀତା ତ୍ରିପାଠୀ, ରୋହିତ ବଣ୍ଡକି,ଚିତ୍ରାଙ୍କନ ରେ ଜେଲିକା ପ୍ରଧାନ, ଆକାଶ ମେହେର, ଧନଞ୍ଜୟ ମେହେର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା |କାର୍ଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ନିରୁପମା ମହାପାତ୍ର, ସଂଗୀତା ଦଣ୍ଡେଶ,ଯସ୍ମିତା ସ୍ମିତା ଦେବୀ, ସୋନାଲି ପ୍ରିୟଦର୍ଶିନୀ,ଶିକ୍ଷକ ରିଙ୍କୁ ଝାଙ୍କର, ପ୍ରଣବ ଦିଗାଲ,ରାଜେନ୍ଦ୍ର ମାଝୀ, ଅରୁଣ ଖଟୁଆ, ଚିନ୍ମୟ ସାହୁ,ମିଥୁନ ନାଏକ,ସନତ ରଣା ପ୍ରମୁଖ ସହଯୋଗ କରିଥିଲେ |
What's Your Reaction?






