କାମନା ଦଣ୍ଡ ର ବରିଷ୍ଠ ହାସ୍ୟ କଳାକାର ଙ୍କ ପରଲୋକ

Nov 6, 2024 - 19:56
 0  72
କାମନା ଦଣ୍ଡ ର ବରିଷ୍ଠ ହାସ୍ୟ କଳାକାର ଙ୍କ ପରଲୋକ

ଜୀବନ୍ତ ଅଭିନୟ ରେ  କିଣିଥିଲେ ଦର୍ଶକ ଙ୍କ ମନ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା ମ,ରାମପୁର ର ପ୍ରଥମ କାମନା ଦଣ୍ଡ ପୀଠ ତାଳସାଗର ପଡ଼ା କାମନା ଦଣ୍ଡ ର ବରିଷ୍ଠ ହାସ୍ୟ କଳାକାର ଗଣ୍ଡାରାମ ଭୋଇ( ୭୦) ଙ୍କ ପରଲୋକ ଘଟିଛି । ଆଜି ପ୍ରାୟ ଦିନ ଏକ ଘଣ୍ଟା ସମୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହେଇଥିବା ଜଣା ପଡ଼ିଛି। ସେ ପ୍ରାୟ ଷାଠିଏ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ କାମନା ଦଣ୍ଡ ର ସାପୁଆ, ଚଟିଆ ନାୟକ, ଝିଅ ଛଡା ଭଳି ଅନେକ ହାସ୍ୟ ଚରିତ୍ର ରେ ଜୀବନ୍ତ ଅଭିନୟ କରି ଦର୍ଶକ ଙ୍କ ମନୋରଞ୍ଜନ କରି ଆସୁଥିଲେ । ନିଜ ଚମତ୍କାର ଅଭିନୟ ପାଇଁ ସେ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ମାନୀତ ହୋଇଥିଲେ । ତାଙ୍କରି ଶେଷ ଦର୍ଶନ ପାଇଁ ଅନେକ କଳାକାର ପହଞ୍ଚି ଥିବା ବେଳେ ବଡ଼ ପୁଅ ଚିନ୍ତାମଣି ଭୋଇ ମୁଖାଗ୍ନି ଦେଇଥିଲେ । ତାଙ୍କରି ଶେଷକୃତ୍ୟ ମାଣିକେରା ପଞ୍ଚାୟତ ପାଜିକେରି ରେ ସମ୍ପନ୍ନ ହୋଇଛି। ତାଙ୍କରି ବିୟୋଗରେ ତଳସାଗର ପଡ଼ା କାମନା ଦଣ୍ଡ ଗୁରୁ ପଦ୍ମ ଲୋଚନ ମହା ଖୁଡ, ବରିଷ୍ଠ କଳାକାର ଈଶ୍ୱର ସାହୁ, ଅର୍ଜୁନ ମହା ଖୁଡ, ନରେନ୍ଦ୍ର ମହାଖୁଡ୍ ,ବିଶ୍ଵ ନାଏକ, କୁବେର ନାଏକ, ଲକ୍ଷୀଧର ସାହୁ,ଧିରୋଜ ସାହୁ, କମ୍ବୁ ଡାକୁଆ ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ଜଣେ ବରିଷ୍ଠ ହାସ୍ୟ କଳାକାର ଙ୍କୁ ହରାଇ ଆମେ ମର୍ମାହତ ବୋଲି ମତବ୍ୟକ୍ତ କରିଥିଲେ।

What's Your Reaction?

like

dislike

love

funny

angry

sad

wow