କୋକସରା ବ୍ଲକ ସ୍ତରୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ସପ୍ତାହ ପାଳନ।

Sep 30, 2024 - 19:52
 0  24
କୋକସରା ବ୍ଲକ ସ୍ତରୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ସପ୍ତାହ ପାଳନ।

କଳାହାଣ୍ଡି : ଲୋକ ଆବାଜ୍.ଇନ୍:(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ୍)

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ସପ୍ତାହ ପାଳନ କରାଯାଇଛି। ସିଡିପିଓ ସରୋଜା ଲତା ଦେଇ ଙ୍କ ଅଧ୍ୟକ୍ଷତାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଶିଶୁ, କିଶୋରି ବାଳିକା, ଗର୍ଭବତୀ ମହିଳା ଙ୍କୁ ପୃଷ୍ଟିସାର ଯୁକ୍ତ ଖାଦ୍ୟ ସନ୍ତୁଳିତ ଆହାର ଦେବାପାଇଁ ରାଜ୍ୟ ସରକାର ଛତୁଆ ଠାରୁ ଆରମ୍ଭ କରି ପୌଷ୍ଟିକ ଆହାର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଯୋଗାଣ କରୁଛନ୍ତି। ସବୁଜ ପନିପରିବା ଖାଇବା ଦ୍ଵାରା ସୁସ୍ଥ ସବଳ ଥିବା ସହ, ରକ୍ତ ହୀନତାରୁ ମୁକ୍ତି ମିଳିବ ବୋଲି ଶ୍ରୀଯୁକ୍ତ ଅଗ୍ରୱାଲ ତାଙ୍କ ବକ୍ତ୍ ବ୍ୟ ରେ ବୁଝାଇ ଥିଲେ l 

 ସମ୍ମାନିତ ଅତିଥି ଭାବେ ବିଡ଼ିଓ ସ୍ନେହାପ୍ରଭା ମାଝୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ର କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପିଲା ଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଅତିଥିମାନେ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ସେକ୍ଟର ସୁପର ଭାଇଜର ସୋନିଆ ହେମରମ,ପ୍ରିୟା ସିନି ତାଣ୍ଡି, ଦ୍ରୋପଦି ମାଝୀ, ହେମନ୍ତ କୁମାର ଯାଦବ,ଡମ୍ବରୁ ଧର ନାୟକ, ସଂଜୀବ କୁମାର ପଟନାୟକ,ଘାସିରାମ ପୁଝାରୀ ସମେତ ବ୍ଲକ ର ସମସ୍ତ ଅଙ୍ଗନବାଡ଼ି କର୍ମି, ସହାୟିକା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow