ଆଦିକନ୍ଦ ହେଲେ କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ଏନ. ଏ. ସି ପ୍ରତିନିଧି

Oct 29, 2024 - 20:00
 0  27
ଆଦିକନ୍ଦ ହେଲେ କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ଏନ. ଏ. ସି ପ୍ରତିନିଧି

ବାଲିଗୁଡ଼ା: ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ରେ ନିର୍ବାଚନରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ବିପୁଳ ବିଜୟ ଲାଭ କରିବା ପରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡା ଏନ. ଏ ସି ରେ ସାଂସଦ ପ୍ରତିନିଧି ଭାବେ ଆଦିକନ୍ଦ ପଟ୍ଟନାୟକ ଙ୍କୁ ଚୟନ କରିଛନ୍ତିl କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବାଲିଗୁଡା ଏନ. ଏ. ସି ର ସାଂସଦଙ୍କ ପ୍ରତିନିଧି ଭାବରେ ଆଦିକନ୍ଦ ପଟ୍ଟନାୟକ ମନୋନୀତ ହୋଇଥିବା ଜଣାପଡ଼ିଛି । ସାଂସଦଙ୍କ ପ୍ରତିନିଧି ରୂପେ ଚୟନ ହେବା ପରେ ଆଗାମୀ ଦିନରେ ସାଂସଦ ଯାହା ଦାୟିତ୍ଵ ଦେବେ ତାକୁ ମୁଁ ସୁଚାରୁ ରୂପେ ତୁଲାଇବା ସହ ଦଳକୁ ସଂଗଠନ କରିବି ଏବଂ ବାଲିଗୁଡା ଅଞ୍ଚଳର ବିକାଶ ପାଇଁ ପ୍ରୟାସ ଜାରି ରଖିବି ବୋଲି କହିଛନ୍ତି ଆଦିକନ୍ଦ । ଆଦିକନ୍ଦପଟ୍ଟନାୟକ ସାଂସଦ ପ୍ରତିନିଧି ଭାବେ ଚୟନ ହେବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ସମସ୍ତ ପଦାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି । ସେପଟେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ସମେତ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସମସ୍ତ ନେତୃବୃନ୍ଦ ଓ କର୍ମୀ ଆଦିକନ୍ଦ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

What's Your Reaction?

like

dislike

love

funny

angry

sad

wow