କ୍ଷେତ୍ରୀୟ ପାଇକ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ.ରାମପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ କ୍ଷେତ୍ରୀୟ ପାଇକ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ଶ୍ରୀରାମଚନ୍ଦ୍ର ଙ୍କୁ ପୂଜାର୍ଚ୍ଚନା କଲା ପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ କୁଳପତି ପ୍ରଦୀପ କୁମାର ଘଡେଇ,ଉପକୁଳପତି କିଶୋର ଚନ୍ଦ୍ର ଦୁବେ, ମୁଖ୍ୟ ସମ୍ପାଦକ ବାସୁଦେବ ପ୍ରଧାନୀ ଯୋଗ ଦେଇ ନୂଆଁଖାଇ ଭେଟଘାଟ ଏକ ଭାଇଚାରାର ପର୍ବ ସହ କ୍ଷେତ୍ରୀୟ ପାଇକ ସମାଜର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ।ମ.ରାମପୁର ଉପମଣ୍ଡଳ କୁଳସୋଦର ହୃଦାନନ୍ଦ ଧଙ୍ଗଡା ମାଝି,ଉପକୁଳସୋଦର ବନମାଳୀ ଦଣ୍ଡିଆ, ସଂପାଦକ ଲଳିତ ମହାଲିକ ସହ ସଂପାଦକ ଜଳଧର ଧଙ୍ଗଡା ମାଝି,ମଣ୍ଡଳ ସଦସ୍ୟ ଜଗଦାନନ୍ଦ ପୁଝାରୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
What's Your Reaction?






