ଅବୁଜବାହାଲ ଠାରେ ଅଜଗର ସାପ ଉଦ୍ଧାର

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଠାର ବନ ବିଭାଗ ପକ୍ଷରୁ ଗୁରୁବାର ଏକ ଅଜଗର ସାପ ଉଦ୍ଧାର ହୋଇଥିବା ଜଣା ପଡ଼ିଛି ।ସୂଚନା ମତେ ଅବୁଜବାହାଲ ଗ୍ରାମ ରଞ୍ଜନ ସାହୁ ତାଙ୍କ ଜମି କୁ କୋୖଣସି କାମ ରେ ଯାଇଥିବା ବେଳେ ସାପ ଟିକୁ ଦେଖିବା କୁ ପାଇ ମଦନପୁର ବନ ବିଭାଗ କୁ ସୂଚନା ଦେଇଥିଲେ।ତେବେ ଖବର ପାଇ ମଦନପୁର ବନପାଳ ସମ୍ପଦ କୁମାର, ମ. ରାମପୁର ବନାଞ୍ଚଳ ସହକାରୀ ବନ ସରକ୍ଷକ ଅସିତ କୁମାର ଦାସ, ମ. ରାମପୁର ବନ ପାଳ ଦୀପକ ସା, ମୋହନଗିରୀ ବନପାଳ ବିଶ୍ଵଜିତ ଠାକୁର,ବନ ରକ୍ଷୀ ସତ୍ୟ ଭାମା ନାଗ ତଥା ବଲାଙ୍ଗୀର ଜିଲ୍ଲା ଉଦ୍ଧାର କାରି ଟିମ ରୁ ରମେଶ ନାଗ ଓ ବିକି ନାଗ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ଅଲାତରା ସୁନାମୁଖୀ ଜଙ୍ଗଲ ରେ ଛାଡି ଥିବା ମଦନପୁର ବନପାଳ ସମ୍ପଦ କୁମାର ସୂଚନା ଦେଇଛନ୍ତି।ତେବେ ଅଜଗର ସାପ ଟି ଇଣ୍ଡିଆନ ରକ୍ ପଇଥନ ଓ ୧୦ କେଜି ୪୦୦ ଗ୍ରାମ ଓଜନର ହୋଇଥିବା ବେଳେ ସାଢେ ୮ ଫୁଟ ଥିବା ଜଣାପଡିଛି।
What's Your Reaction?






