କ ନୂଆଗାଁ ରେ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳିତ ।

ବାଲିଗୁଡ଼ା: ଲୋକ୍ ଆବାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା କ ନୂଆଗାଁ ରେ ଭାରତୀୟ ଜନତା ପାର୍ଟିର ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳିତ l ଜ଼ିଲ୍ଲା ବି ଜେ ପି ସଭାପତି ଜଗନ୍ନାଥ ସାହୁ ଙ୍କ ନେତୃତ୍ୱରେ କ, ନୂଆଗାଁ ରେ ସ୍ୱଚ୍ଛତା ର ପର୍ବ ଅନୁଷ୍ଠିତ ହୋଇଯାଇଛି । କ ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସର,ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ବଜାର ଅଞ୍ଚଳ ଓ ହନୁମାନ ମନ୍ଦିର ପରିସର କୁ ସଫା ସୁତର କରିଥିଲେ,ଅଳିଆ ଆବର୍ଜନା କୁ ସଠିକ୍ ଭାବେ ନିୟମିତ ଚତୁର୍ପାଶ୍ୱ କୁ ସଫା ରଖିବାକୁ ମଧ୍ୟ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ. ନୂଆଗାଁ ର ମଣ୍ଡଳ ସଭାପତି ଲାମ୍ବୁରା ପ୍ରଧାନ, କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ପଣ୍ଡିତ କୁମାର ବିଶିମାଝି ସ୍ଵଚ୍ଛ ଭାରତ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସ୍ଵଚ୍ଛ ଭାରତ କାର୍ଯ୍ୟରେ ସହଯୋଗ କରି ଥିବା କ ନୂଆଗାଁ ର ବିଭିନ୍ନ ପଞ୍ଚାୟତ ଓ କର୍ମୀ ମାନେ ବହୁଳ ଭାବେଯୋଗ ଦେଇଥିଲେ।
What's Your Reaction?






