କୁଣ୍ଡମାଳ ନୋଡାଲ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

Sep 24, 2024 - 21:55
 0  79
କୁଣ୍ଡମାଳ ନୋଡାଲ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)

କଣ୍ଟାମାଳ ବ୍ଲକ କୁଣ୍ଡାମାଲ୍ ନୋଡାଲ ହାଇସ୍କୁଲ ରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ମହାଳିକ, ଦୂର୍ଗା ଚରଣ ପ୍ରଧାନ, ଲକ୍ଷ୍ମୀ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରହଲ୍ଲାଦ ସାହୁ, ସମାଜସେବୀ ରାମଜୀ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ ସଭାକୁ ଶିକ୍ଷକ ପ୍ରଭାତ ଖମାରୀ ଓ ସ୍ୱାଗତିକା ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ବଳଭଦ୍ର ବିଶ୍ଵାଳ ସଭାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ |

ଶିକ୍ଷକ ସମ୍ବିତ ପ୍ରଧାନ, ବୁଦ୍ଧଦେବ ରଣା, ତନୟା ମଲ୍ଲିକ, ଗୀତାଞ୍ଜଳି ସାହୁ, ସୁଭ୍ରାନ୍ତ ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ୫୦ ଜଣ ଶିକ୍ଷକ ଉପସ୍ଥିତ ଥିବା ବେଳେ ୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ | କୁଣ୍ଡାମାଳ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ତ୍ରିଜିବ ପ୍ରହରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ |

What's Your Reaction?

like

dislike

love

funny

angry

sad

wow