ଖୁଦ୍ର ଶଷ୍ୟ ଚାଷ କରିବାକୁ ଅଣ୍ଟା ଭିଡ଼ିଲେ ସ୍ୱୟଂ ସହାୟକ ଗୋଷ୍ଠୀ

Jun 23, 2025 - 13:10
 0  6
ଖୁଦ୍ର ଶଷ୍ୟ ଚାଷ କରିବାକୁ ଅଣ୍ଟା ଭିଡ଼ିଲେ ସ୍ୱୟଂ ସହାୟକ ଗୋଷ୍ଠୀ

କର୍ଲାମୁଣ୍ଡା:୨୩/୬ଲୋକ ଆବାଜ.ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ରାଜ୍ୟ ସରକାର ଙ୍କ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ଚାଲିଛି।ଏଥିରେ ରେ ସରକାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷକ ମାନଙ୍କୁ ବିହନ ଓ ପ୍ରୋତ୍ସାହନ ରାଶି ଯୋଗେଇବା ସହ ଇଣ୍ଡୋ ଗ୍ଲୋବାଲ ସର୍ଭିସ ଷୋସାଇଟି ଓ ଜୟ ଥୁଆମୁଲ ରାମପୁର ଓରଗାନିକ ଫାର୍ମର ପ୍ରଡୁସର କମ୍ପାନୀ ର ମିଳିତ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ କରି ଆସୁଛନ୍ତି।

ଏହାକୁ ଦେଖି ଆଗ୍ରହ ପ୍ରକାଶ କରି ବ୍ଲକ ର ଜୋରାଡ଼ବରା ପଞ୍ଚାୟତ ଟେର୍ଚାପଲା ଗ୍ରାମର ମା କମଳିନୀ ସ୍ୱୟଂ ସହାୟକ ଗୋଷ୍ଠୀ ର ୧୦ ଜଣ ସଦସ୍ୟ ୫ ଏକର ଆଁଟ କିସମ ଜମିରେ ମାଣ୍ଡିଆ, କଦୋ, ଗୁରଜି ଭଳି ଖୁଦ୍ର ଶସ୍ୟ ଚାଷ କରିବା ପାଇଁ ଜମି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।ପାରମ୍ପରିକ ସଷ୍ୟ କୁ ପୁନଃ

ଉଦ୍ଧାର କରିବାର ପ୍ରୟାସ ରେ ଏଭଳି ପଦକ୍ଷେପ ନେଇଥିବା ମା କମଳିନୀ ଦଳ ର ସଭାନେତ୍ରୀ ନିଲାବତୀ ମାଝୀ, ସମ୍ପାଦିକା ସନ୍ତୋଶିନୀ ମାଝୀ,ସଭ୍ୟା ବୃନ୍ଦାବତୀ ମାଝୀ, ବନିତା ମାଝୀ, ସୁନିତା ମାଝୀ, ସୈରେନ୍ଦ୍ରୀ ମାଝୀ, ସୁକେଶୀ ମାଝୀ, ତୁଳସା ମାଝୀ, ସୌଦାମିନୀ ମାଝୀ, ସୈରେନ୍ଦ୍ରୀ ଭୋଇ ପ୍ରମୁଖ ପ୍ରକାଶ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow