ଗଣେଶ ପୂଜା କମିଟି ଓ ନୁଆଁଖାଇ ଭେଟଘାଟ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

କଣ୍ଟାମାଳ ୧୩/୯(ଲୋକ ଆବାଜ୍.ଇନ୍ ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପନ୍ଥେଇ କ୍ଲବ ଦ୍ୱାରା ଆୟୋଜିତ ଗଣେଶ ପୂଜା କମିଟି ତରଫରୁ ମକର ପଡିଆ ସ୍ଥିତ ସାର୍ବଜନୀନ କଲାମଣ୍ଡପ ଠାରେ ସାଂସ୍କୃତିକକାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛିl କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ଙ୍କ ପ୍ରତିନିଧି ମିଲନ ଡାଙ୍ଗ,ସମ୍ମାନୀୟ ଅତିଥି ଭାବେ ପଳସାଗୋରା ସରପଞ୍ଚ ସୌଦାମିନୀ ମଲିକ, ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ,ଖମନ ମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ବିଜେପି ନେତା ମୁନା ମିଶ୍ର,କଣ୍ଟାମାଳ ମଣ୍ଡଳ ସଭାପତି ପ୍ରମୁଖ ଅଥିତି ଭାବେ ଯୋଗଦେଇଥିଲେ |ପରେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କମିଟି ର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ |
What's Your Reaction?






