ଗଜାନନ ଯୁବ ସଂଘ ପକ୍ଷରୁ ନୂଆଁ ଖାଇ ଭେଟଘାଟ ଓ ବାର୍ଷିକ ଉତ୍ସବ

Sep 9, 2024 - 20:00
Sep 9, 2024 - 20:01
 0  148
ଗଜାନନ ଯୁବ ସଂଘ ପକ୍ଷରୁ ନୂଆଁ ଖାଇ ଭେଟଘାଟ ଓ ବାର୍ଷିକ ଉତ୍ସବ
  • କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ରେଗଡା ପଞ୍ଚାୟତ ଭୁଏରମୁଣ୍ଡା ଠାରେ ଗଜାନନ ଯୁବ ସଂଘ ପକ୍ଷରୁ ନୂଆଁ ଖାଇ ଭେଟଘାଟ ତଥା ଦ୍ୱିତୀୟ ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା।

 ଏଥିରେ ଗଣେଶ ପୂଜା କମିଟିର ସଭାପତି ଋଷି ସାହୁ ସଭାପତି ତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଦୀପ୍ତି ରାଣୀ ସାହୁ ,ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ସମାଜ ସେବୀ ସୁଶାନ୍ତ ପରିଡା, ଗଜାନନ ଯୁବକ ସଂଘ ସମ୍ପାଦକ ଅଶୋକ ସାହୁ , ୱାର୍ଡ ସଭ୍ୟ ଉସ୍ତ ସାହୁ ପ୍ରମୁଖ ଯୋଗ ଦେଇ ନୂଆଁ ଖାଇର ଏକ ଭାଇ ଚାରା ର ପର୍ବ ବୋଲି ମତ ପୋଷଣ କରିଥିଲେ।ଏହି ଅବସରରେ ସଫଳ ଜୈବିକ ଚାଷୀ ବଳଦେବ ଭୋଇ ଙ୍କୁ ଗଜାନନ କୃଷକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ତେବେ ଅଞ୍ଚଳ ର ଅନେକ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରଖା ଯାଇଥିଲେ ହେ ପ୍ରବଳ ବର୍ଷା ଯୋଗୁଁ ସବୁ ବାତିଲ ହୋଇଥିବା ସଂପାଦକ ଅଶୋକ ସାହୁ କହିଛନ୍ତି।ଏଥିରେ ଗ୍ରାମ ବାସୀ ତଥା ଯୁବକ ସଂଘ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow