ବାଘ ଛାଲ ଜବତ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ

Oct 18, 2024 - 18:42
 0  94
ବାଘ ଛାଲ ଜବତ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ

ନୂଆପଡ଼ା:ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) 

ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ବାଘ ଛାଳକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି।

ଖଡ଼ିଆଳ ବ୍ଲକ ଦାବ୍ରି ଗ୍ରାମ ନିକଟସ୍ଥ ଜଙ୍ଗଳରେ ଦୁଇ ବର୍ଷ ପୂର୍ବେ ଫାସ୍ ଲଗାଇ କଲରା ପତରିଆ ବାଘ ଧରି ସେହି ବାଘକୁ ଟାଙ୍ଗିଆରେ ହତ୍ୟା କରି ଛାଲ ବାହାର କରିଥିଲେ। ବାଘ ଛାଳ ଘଟଣା ସ୍ଥଳରୁ ବନ୍ୟ ପ୍ରାଣୀଙ୍କ ଶରୀରର ବିଭିନ୍ନ ଅଙ୍ଗ ଜବତ୍ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଡି ଏଫ୍ ଓ ଅଜିଜ ଖାନ ସୂଚନା ଦେଇଛନ୍ତି।

ଶମ୍ବର ସିଂଘ, ହେଟା ବାଘର ଦାନ୍ତ ଓ ତଳ ମାଢ଼ି, ଚିଲ ପକ୍ଷୀର ପର, ଦେଶି ବନ୍ଧୁକ, ଅଗ୍ନି ଜାଳିବା ସାମଗ୍ରୀ, ତିନି ଗୋଟି ଧନୁ ତୀର ଆଦି ସାମଗ୍ରୀ ଜବତ ହୋଇଛି।ଦାବ୍ରି ଗ୍ରାମର ଦୁଇ ଗୋଟି ଘରକୁ ସର୍ଚ୍ଚ କରାଯାଇ ସେଠାରୁ ବନ୍ୟ ପ୍ରାଣୀଙ୍କ ଶରୀରର ବିଭିନ୍ନ ଅଙ୍ଗ ଜବତ କରି ଥିବାବେଳେ ଶାଗୁଆନ କାଠ ମଧ୍ୟ ଜବତ କରିଛନ୍ତି। ପାଞ୍ଚ ଅଭିଯୁକ୍ତ ହେଲେ ଟିକଚନ ମାଝୀ (୨୬ ବର୍ଷ), ଜୟରାମ ମାଝୀ (୪୪ ବର୍ଷ), ଗୋରେଖ ଲାଲ ମାଝୀ(୬୫ ବର୍ଷ), ପୂର୍ଣ୍ଣ ମାଝୀ (୨୩ ବର୍ଷ), ସଚିନ୍ଦ୍ର ମାଝୀ (୧୯ ବର୍ଷ )ବୋଲି ଜଣାପଡିଛି। ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଦୁଇ ଜଣ ଫେରାର ଥିବା ଜଣାଯାଇଛି ।

What's Your Reaction?

like

dislike

love

funny

angry

sad

wow