ଗଞ୍ଜେଇ ଚୋରା ଚାଲାଣ ବେଳେ ବିପୁଳ ପରିମାଣ ରେ ଗଞ୍ଜେଇ ସହ ବୁଲୋର ପିକଅପ୍ ଗାଡି ଜବତ/ ଦୁଇ ଗିରଫ

Jul 29, 2025 - 10:01
 0  24

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳରେ ଦିନ କୁ ଦିନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜେଇ ମାଫିଆ କୁ ମାଡ଼ି ବସିଲା ପୋଲିସ, ଷାଠିଏ ରୁ କିଲୋଗ୍ରାମ ଗଞ୍ଜେଇ ସହ ପିକଅପ୍ ଭ୍ୟାନ ଜବତ l କ ନୂଆଗାଁ ଥାନା ପୋଲିସ୍ ସୀର୍ତ୍ତିଗୁଡ଼ା ଅଞ୍ଚଳ ରେ ପେଟ୍ରୋଲିଂ ବେଳେ ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ ପୋଲିସ ଗାଡି କୁ ଦେଖି ଦୃତ ଗତିରେ ପଳାଇ ଯାଉଥିବା ବେଳେ ପୋଲିସ୍ ର ସନ୍ଦେହ ସୃଷ୍ଟି ହୋଇଥିଲା ଗାଡି କୁ ଯାଞ୍ଚ ପରେ ଗାଡି ରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା, ସିର୍ତ୍ତିଗୁଡ଼ା ଅଞ୍ଚଳ ରୁ ଖୋର୍ଦ୍ଧା ଅଞ୍ଚଳ କୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣା ପଡ଼ିଛି ଘଟଣା ସ୍ଥଳରେ କ ନୂଆଗାଁ ଥାନା ପୋଲିସ୍ ମାଜିଷ୍ଟ୍ରେଟ ଦୀପ୍ତିପ୍ରକାଶ ବେହେରା ଙ୍କ ଉପସ୍ଥିତି ରେ ଗଞ୍ଜେଇ ଜବତ ସହ ଖୋର୍ଦ୍ଧା ନିରାକାର ପୁର ଅଞ୍ଚଳ ର ଟୁଟୁ ବେହେରା ଓ ବାଲିଗୁଡା ଥାନା ବାଲିସୁଗା ଅଞ୍ଚଳ ଜିଖରୀୟ ଦିଗାଲ ଗିରଫ କରିବା ରେ ସକ୍ଷମ ହୋଇଛି, ଏନେଇ କ ନୂଆଗାଁ ଥାନାରେ ଏନ୍ ଡି ପି ଏସ ଆକ୍ଟ୍ ରେ ମାମଲା ରୁଜୁ ହୋଇଥିବା ନେଇ କ , ନୂଆଗାଁ ଥାନା ଅଧିକାରୀ ଅଶୋକ କୁମାର ହଁlସଦା ସୂଚନା ଦେଇଛନ୍ତି | କ , ନୂଆଗାଁ ଥାନା ଏସ ଆଇ ଏହାର ତଦନ୍ତ ଚଳାଇଛନ୍ତି |

What's Your Reaction?

like

dislike

love

funny

angry

sad

wow