ଗଣମାଧ୍ୟମ ହେଉଛି ପ୍ରଶାସନ ର ଆଖି ଓ କାନ : ଜିଲ୍ଲାପାଳ
ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି ଡ଼ଃ ନୃପ ରାଜ ସାହୁ l ଗଣ ମାଧ୍ୟମ ହେଉଛି ସମାଜ ଓ ପ୍ରଶାସନ ର ଆଖି ଓ କାନ l ଜନସାଧାରଣ ଓ ଆପଣ ମାନଙ୍କ ସହଯୋଗ ରହିଲେ ଜିଲ୍ଲା ର ସମସ୍ତ ଅଧୁରା ପ୍ରକଳ୍ପ କୁ ସମ୍ପୂର୍ଣ ଓ ନୂଆଁ ନୂଆଁ ପ୍ରକଳ୍ପ କୁ ଆରଂଭ କରିବା କୁ ସହଜ ହେଵ ବୋଲି ଗଣମାଧ୍ୟମ ଙ୍କ ପ୍ରଶ୍ନ ର ଉତ୍ତର ରଖିଥିଲେ ନୂଆଁ ଜିଲ୍ଲାପାଳ ଡ଼ଃ ସାହୁ l ପ୍ରଥମ ରେ ସୁବର୍ଣ୍ଣପୁର ର ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଙ୍କ ଦର୍ଶନ କରିବାପରେ ସିଧାସଳଖ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ସେ କାର୍ଯ୍ୟ ରେ ଯୋଗ ଦେବା ପରେ ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି କାର୍ଯ୍ଯ କ୍ରମ ରେ ପ୍ରଥମେ ଲୋକ ଙ୍କ ଅଭିଯୋଗ ଶୁଣିବାକୁ ତରଭା ଗସ୍ତ କରିଥିଲେ l ଯାହାକି ଉପସ୍ଥିତ ଗଣ ମାଧ୍ୟମ ଓ ବୁଦ୍ଧିଜୀବୀ ଜିଲ୍ଲାପାଳ ଙ୍କୁ ପ୍ରଶଂସା କରିଥିଲେ l ପ୍ରକାଶ ଥାଉ କି ଯେ ଡ଼ଃ ସାହୁ ପୁର୍ବରୁ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରେ ରାଜସ୍ଵ, ଶିକ୍ଷା ତଥା ସେ ଜଣେ ଦକ୍ଷ ପ୍ରଶାସକ ଭାବରେ କଳାହାଣ୍ଡି ଜିଲ୍ଲା ରେ ଡି ଡବ୍ଲୁ ଇ, ଡି ପି ସି, ଉପ ଜିଲ୍ଲାପାଳ ବିଭନ୍ନ ପଦଵୀ ରେ ରହି ତାଙ୍କ କାର୍ଯ୍ଯ ଦକ୍ଷତା ର ଅନେକ ପ୍ରମାଣ ଦେଇଛନ୍ତି l ଏକା ଧାରାରେ ସେ ଜଣେ ସୃଜନଶୀଳ ବ୍ୟକ୍ତି ଭାବରେ ସଂସ୍କୃତି ସଂପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ହିସାବରେ ଦାୟିତ୍ୱ ନେଇଥିବା ଯୋଗୁଁ ଜିଲ୍ଲାବାସୀ ଉତ୍ସାହିତ ଥିବାବେଳେ ଆଗକୁ ଜିଲ୍ଲା ର ଅନେକ ଅଧୁରା କାମ କୁ ସେ ସଂପୂର୍ଣ୍ଣ କରିବେ ବୋଲି ବେଶ ଆଶାବାଦୀ ଅଛନ୍ତି
What's Your Reaction?






