ଗବଯୋର ରେ ବାର୍ଷିକ ଦେବଯଜ୍ଞ ଉତ୍ସବ

କଣ୍ଟାମାଳ :୬/୪(ଲୋକ ଆବାଜ.ଇନ୍; ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗବଯୋର ଦୟାନନ୍ଦ ତପୋଭୂମି ର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଶ୍ରୀ ରାମ ନବମୀ ଅବସରରେ ବିଶ୍ୱଶାନ୍ତି ବୈଦିକ ଯଜ୍ଞ ପଣ୍ଡିତ ନିରଞ୍ଜନାଚାର୍ଯ୍ୟ ଓ ପଣ୍ଡିତ ଦୁର୍ଯୋଧନ ଦାସ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା |ଆଶ୍ରମ ର ସଭାପତି ଲକ୍ଷ୍ମଣ ଭୋଇ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳୀ ଯଜମାନତ୍ୱ ରେ ଅଳଙ୍କୃତ କରିଥିଲେ |ଭାଗିରଥି ବାନପ୍ରସ୍ତି,ଦୀନକୃଷ୍ଣ ବାନପ୍ରସ୍ତି,ଗୁପ୍ତେଶ୍ୱର ଆର୍ଯ୍ୟ,ଲୋଚନ ବିଶି ଜ୍ଞାନଯଜ୍ଞ ରେ ସାମିଲ ହୋଇଥିଲେ |ପଣ୍ଡିତଜୀ ଶ୍ରୀ ରାମଚନ୍ଦ୍ର ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୋତା ମାନଙ୍କୁ ପ୍ରବାର୍ତ୍ତାଇ ଥିଲେ |
What's Your Reaction?






