ବିନ୍ଧାଣୀରୁ ପାଞ୍ଚ ଫୁଟର ଅଜଗର ସାପ ଉଦ୍ଧାର କଲା ବନ ବିଭାଗ

Aug 26, 2024 - 12:45
 0  174
ବିନ୍ଧାଣୀରୁ ପାଞ୍ଚ ଫୁଟର ଅଜଗର ସାପ ଉଦ୍ଧାର କଲା ବନ ବିଭାଗ

 କର୍ଲାମୁଣ୍ଡା -(ଲୋକ ଆବାଜ. ଇନ )-

ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଂଚାୟତର ବିନ୍ଧାଣୀ ଗ୍ରାମର ତେଲନଦୀ ନିକଟରୁ ବନ ବିଭାଗ ଏକ ପାଞ୍ଚ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରିଛି l ସୂଚନା ମତେ, କୌଣସି ସୂତ୍ରରୁ ଖବର ପାଇ ମଦନପୁର ସେକ୍ସନର ବନପାଳ ସମ୍ପଦ କୁମାର ଙ୍କ ନେତୃତ୍ୱରେ ବନ କର୍ମଚାରୀ ଓ ସାପ ଉଦ୍ଧାରକାରୀ ଟିମ ଘଟଣାସ୍ଥଳ ରେ ପହଂଚି ସାପକୁ ସୁରକ୍ଷିତ ଭାବେ ଧରି ସୁନାମୁଖୀ ସଂରକ୍ଷିତ ଜଙ୍ଗଲ ନରସିଂହପୁର ଠାରେ ଛାଡିଦେଇଥିଲେ l ଏହି ଟିମରେ ସାପ ଉଦ୍ଧାରକାରୀ ଟିମର ରମେଶ ନାଗ, କ୍ରିଷ୍ଣା ନାଗ, ସତ୍ୟବାନ ନାଗ, ଫରେଷ୍ଟ ଗାର୍ଡ ସତ୍ୟମ ମାଝୀ ଓ ଗୋପୀନାଥ ନାଏକ ପ୍ରମୁଖ ସାମିଲ ହୋଇଥିଲେ l

What's Your Reaction?

like

dislike

love

funny

angry

sad

wow