ଗୁଣ୍ଡୁରିଗୁଡା ମା ମାଉଲୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଯୋଗଦେଲେ ବିଧାୟକ

Sep 29, 2024 - 21:19
 0  7
ଗୁଣ୍ଡୁରିଗୁଡା ମା ମାଉଲୀ  ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଯୋଗଦେଲେ ବିଧାୟକ

ମାଲକାନଗିରି: ଲୋକ ଆବାଜ. ଇନ (ଅବଦୁଲ ଗାନି ଙ୍କ ରିପୋର୍ଟ )   

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ର ଗୁଣ୍ଡୁରିଗୁଡା ମା ମାଉଲୀ ଫୁଟବଲ କ୍ଲବ ତରଫରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଉଦଯାପନୀ ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଅନୁଗୁ , ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗି, ସମାଜସେବୀ ଇସାକ ଖୋସଲା, ସାଧୁ ହନ୍ତାଳ, ଦିବାକର ସୁନା, ଅର୍ଜୁନ ଓଡି ଓ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଉଦଯାପନୀ ମ୍ୟାଚ ପୁର୍ବରୁ ଜଗତର ନାଥ ଜଗନ୍ନାଥଙ୍କ ତୈଳ ଚିତ୍ର ରେ ପୂଜାର୍ଚ୍ଚନା କରାଯାଇଥିଲା ଓ ପରେ ପରେ ମୁଖ୍ୟ ଅତିଥି ଶ୍ରୀ ଖିଲ ନାରିକେଳ ବାଡ଼େଇବା ସହ ରିବନ ଫିତା କାଟି ଫାଇନାଲ ମ୍ୟାଚ ଆରଂଭ ର ସଙ୍କେତ ଦେଇଥିଲେ । ଆଜିର ମ୍ୟାଚରେ ଦାମନଯୋଡି ର ଭିମଲ ୱ।ରଇଅରସ୍ ଦଳ ସହିତ ପୂଜାରୀଗୁଡା ମା ଭୈରବି ଦଳ ମଧ୍ୟରେ ହୋଇଥିଲା ଓ ଏଥିରେ ଲଳିତ କୁମାର ରାଉତ ମୁଖ୍ୟ ରେଫେରୀ, ଉମାଶଙ୍କର ମାଝୀ ଓ ଟୁଲୁ ମାଝୀ ଲାଇନ୍ ମ୍ୟାନ ଭାବେ ମ୍ୟାଚ ପରିଚାଳନା କରିଥିଲେ । ମ୍ୟାଚ ଶେଷରେ ଦାମନଯୋଡି ଦଳ ୨-୦ ଗୋଲ ବ୍ୟବଧାନରେ ପୂଜାରୀଗୁଡା ଦଳକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ର ବିଜୟୀ ଦଳ ଭାବେ ମୁଖ୍ୟ ଅତିଥିଙ୍କ ଠାରୁ ବିଜୟ ଟ୍ରଫି ସହ ୨୫୦୦୦/- ଟଙ୍କାର ନଗଦରାଶି ପାଇଛନ୍ତି ଏବଂ ପୂଜାରୀଗୁଡା ଦଳକୁ ଉପ-ବିଜେତା ଭାବେ ରନରସ୍ ଟ୍ରଫି ସହ ୨୦୦୦୦/- ନଗଦରାଶି ପାଇଥିବା ଜଣାପଡିଛି । ସପ୍ତାହବ୍ୟାପୀ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚକୁ ସଫଳତାର ସହ ଆୟୋଜିତ କରିବାରେ ମାଁ ମାଉଲୀ କ୍ଲବ ସଭାପତି ପାଲୁ ସ୍ୱ।ଇ°, ଭୀମ କୁଆସୀ, ରମେଶ ମାଢୀ,ବବୁଲ ପାଙ୍ଗି, ବିଦ୍ୟାଧର ପଟ୍ଟନାୟକ, ପ୍ରିତମ ଟାଟୁ ଓ ବିଜୟ ଗଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow