ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ ବାଲିଗୁଡା ପୋଲିସ ର ଗଞ୍ଜେଇ କୁ "ନା" ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବାଲିଗୁଡା ଥାନା ପୋଲିସ ପକ୍ଷରୁ ଗଞ୍ଜେଇ କୁ ନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନୀଳ ଜହର ବା ଗଞ୍ଜେଇ ଚାଷ ଓ ଚାଲାଣ ର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲିଗୁଡା ଥାନା ଅଞ୍ଚଳ ରେ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ ବାଲିଗୁଡା ପୋଲିସ ର ଅଭିନଵ ପ୍ରୟାସ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି l
ବିଭିନ୍ନ ସମୟ ରେ ଯୁଵଗୋଷ୍ଠୀ ନିଶା କାରବାର, ଗଞ୍ଜେଇ ଚାଷ ଓ ଚାଲାଣ କାର୍ଯ୍ୟ ରେ ନିୟୋଜିତ ହୋଇ ପଥଭ୍ରଷ୍ଟ ହେଉଛନ୍ତି l ନିଶା କାରବାର ରେ ଛନ୍ଦି ହୋଇ ଜେଲ ଦଣ୍ଡ ଭୋଗୀ ପରିବାର ବର୍ଗ କିଭଳି ହଇରାଣ ହେଉଛନ୍ତି ସେନେଇ ଆଲୋଚନା ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ତହସିଲଦାର ଦୀପ୍ତିପ୍ରକାଶ ବେହେରା, ବନାଞ୍ଚଳ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି ଅବକାରୀ ଇନିସପେକ୍ଟର ରାମଜୀ ପଟେଲ ଉପସ୍ଥିତ ରହି ଅଞ୍ଚଳ ରେ ଗଞ୍ଜେଇ ଚାଷ ଓ ବ୍ୟବସାୟ ରୁ ନିବୃତ୍ତ ରହିବାକୁ ଅପିଲ କରିଥିଲେ l ଅଞ୍ଚଳ ରେ ନିଶା କାରବାର ବୃଦ୍ଧି ଯୋଗୁଁ ବିଭିନ୍ନ ସମୟ ରେ ଦୁର୍ଘଟଣା, ଅପରାଧ ବୃଦ୍ଧି ପାଇବା ସହିତ ସାମାଜିକ ଅସ୍ଥିରତା ଦେଖାଯାଉଛି ତେଣୁ ସମସ୍ତେ ମିଳିମିଶି ଅଞ୍ଚଳ ରୁ ଗଞ୍ଜେଇ କୁ ନା କହିବା ସହିତ ସମୂଳେ ଧ୍ୱଂସ କରିବା ପାଇଁ ଅଣ୍ଟା ଭିଡ଼ିବା ଆବଶ୍ୟକତା ରହିଛି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବ୍ଲକ ର ସମସ୍ତ ଗ୍ରାମ ପଂଚାୟତ ର ଜନପ୍ରତିନିଧି ମାନେ ଯୋଗ ଦେଇ ଶପଥ ପାଠ କରିଥିଲେ l ଏହି ସଚେତନତା କାର୍ଯ୍ୟକ୍ରମ ପୋଲିସ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବରେ ଗ୍ରାମାଞ୍ଚଳ ରେ କରାଗଲେ ଗାଁ ଗହଳି ରେ ବସବାସ କରୁଥିବା ଲୋକେ ବୁଝିପାରିବେ ବୋଲି ମତ ପ୍ରକାଶ ପାଇଛି l
What's Your Reaction?






