ଘଣ୍ଟାପଡ଼ା ହାଇସ୍କୁଲରେ ସ୍ଵଚ୍ଛତାହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠିତ

Sep 5, 2024 - 19:41
 0  8
ଘଣ୍ଟାପଡ଼ା ହାଇସ୍କୁଲରେ ସ୍ଵଚ୍ଛତାହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠିତ

କଣ୍ଟାମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଅବସରରେ ତୃତୀୟ ଦିବସରେ ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ଵଚ୍ଛତା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ସ୍ଵଚ୍ଛତା ଉପରେ ବିଭିନ୍ନ ଲେଖାର ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ ଏବଂ ଘରକୁ ଘର ଯାଇ ମା ମାନଙ୍କୁ ସ୍ଵଚ୍ଛ ପରିବେଶ ଓ ବିଭିନ୍ନ ରୋଗରୁ ମୁକ୍ତି ପାଇଁ ନିଜ ଘରଦ୍ଵାର, ଦାଣ୍ଡ ଘକ୍ଷଟ ସଫାସୁତୁରା ରଖିବାକୁ ସଚେତନ କରିଥିଲେ।ଏହି କାର‌୍ୟ୍ୟକ୍ରମରେ ସହକାରୀ ଶିକ୍ଷକ ସନ୍ତୋଷ ସାହୁ, ଲିପୁନ ପ୍ରଧାନ, ଚନ୍ଦ୍ରକାନ୍ତ ବେହେରା, ଦୁର୍ଗାଶଙ୍କର ପଣ୍ଡା, ଶାନ୍ତନୁ ସେଠୀ, ବିଭୂତି ଭୂଷଣ ଦୁର୍ଗା, ମୁକେଶ ମଲିକ, ଶିକ୍ଷୟତ୍ରୀ ରଶ୍ମିତା ସାହୁ, ସୁପ୍ରଭା ଦେହୁରୀ ଏବଂ ଖେଳ ଶିକ୍ଷୟତ୍ରୀ ମନ୍ଦାକିନୀ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow