ଚିତ୍ର କୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁ ଖିଲ ଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

Nov 9, 2024 - 15:36
 0  10
ଚିତ୍ର କୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁ ଖିଲ ଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

ମାଲକାନଗିରି:ଲୋକ ଆବାଜ. ଇନ(ଅବଦୁଲ ଗାନି ଙ୍କ ରିପୋର୍ଟ)

 ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାବ୍ଲକ ସ୍ବାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତ କୁ ଚିତ୍ର କୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁ ଖିଲ ଗସ୍ତ କରି ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସହ କି ଭଳି ଏହାର ସମାଧାନ ହେବ ସେ ନେଇ ଆଲୋଚନା କରିଥିଲେ ଏବଂ ପଣସପୁଟ ଗ୍ରାମ ପଞ୍ଚାୟତ ସମ୍ମୁଖ ରେ ଏକ ବିରାଟ ସଭା କରି ଅଞ୍ଚଳ ର ଲାଗିରହିଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଧାନସଭାରେ ଉପସ୍ଥାପିତ କରିବେ ଏବଂ ମୂଖ୍ଯ ମନ୍ତ୍ରୀଙ୍କ ନିକଟ ରେ ସମସ୍ତ ବିଷୟ କୁ ନେଇ ଜଣାଇ ବା ସହ କି ଭଳି ସମସ୍ଯା ଗୁଡିକ ସମାଧାନ କରାଯାଇପାରିବ ମୁଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଛନ୍ତି। ଏବଂ ପଣସପୁଟ ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ଥିବା ଆଦିବାସୀ ଓ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ସ୍କୁଲ ର ପ୍ରଧାନ ଶିକ୍ଷକ କିଭଳି ସ୍କୁଲ ରେ ମନ ମୁଖି ଭାବରେ ଚଳାଇଛନ୍ତି ଏବଂ ସ୍କୁଲ ରେ କାର୍ଯ୍ୟରତ କର୍ମ ଚାରି ମାନଙ୍କୁ କି ଭଳି ବ୍ଯବହାର କରୁଛନ୍ତି ଏବଂ ପ୍ରଧାନଶିକ୍ଷକ ଙ୍କ ସମସ୍ତ କାର୍ଯ୍ୟକଳାପ କୁ ସ୍ଥାନୀୟ ସରପଞ୍ଚ ଶ୍ରୀ ଅର୍ଜୁନ ହନ୍ତାଳ ଜଣାଇ ଥିବା ବେଳେ ବର୍ତ୍ତମାନ ବିଧାୟକ କଣ ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାର ବାକି।ବି ଗତ ଦିନ ରେ ସ୍କୁଲ ର ଜଣେ ମହିଳା ରୋଷେଇଆ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ବିଧାୟକ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ଯ ବିଧାୟକ ଏପର୍ଯ୍ୟନ୍ତ କୌଣସିପ୍ରକାର ପଦକ୍ଷେପ ନେଇ ନ ଥିଲେ ।ପ୍ରଧାନ ଶିକ୍ଷକ ଙ୍କ ପକ୍ଷରେ ଯଦି କିଛି କାହାରି ଆଗରେ କହିବ ସମସ୍ତ ରୋଷେଇଆ ମାନଙ୍କୁ ଚାକିରି ରୁ ବାହାର କରି ଦିଆଯିବ ବଲି ପ୍ରଧାନ ଶିକ୍ଷକ ଏବଂ ଚିତ୍ରକୋଣ୍ଡାବ୍ଲକ ସଂପ୍ରସାରଣ ଅଧିକାରୀ ଧମକ ଦେଇ ଥିବା ହେତୁ ଚାକିରି ଚାଲିଯିବା ଭୟରେ କେହି କିଛି କହିପାରୁ ନଥିବା ବିଶେଷ ସୂଚନା ରହିଛି ।ବର୍ତ୍ତମାନ କଣ ପଦକ୍ଷେପ ଗ୍ରହଣ କରାଯିବ ତାହା ଦେଖିବାକୁ ଅପେକ୍ଷାକୃତ ଅଞ୍ଚଳ ବାସି।

What's Your Reaction?

like

dislike

love

funny

angry

sad

wow