ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି

Mar 25, 2025 - 06:44
 0  4
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି

ସଇଁତଲା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଏଥିରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ପିଡି ଡିଆରଡିଏ ପ୍ରଭାତ ମହାପାତ୍ର , ଟିଟିଲାଗଡ଼ ଉପ ଜିଲ୍ଲାପାଳ ରୋହନ ଖେତ୍ରୀ, ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ତହସିଲଦାର ଆଶିଷ ଏକ୍କା,ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧ ପ୍ରମୁଖ ଉପସ୍ଥିତ ଥିବାବେଳେ ବୈଠକରେ ଭିନ୍ନକ୍ଷମ ବିଦ୍ୟାଳୟର ଶିକ୍ଷକ ସଞ୍ଜୟ ସିଂ ନାମକ ଜୈନିକ ବ୍ୟକ୍ତିଙ୍କୁ ଦରମା ବାର୍ଷିକ ବୃଦ୍ଧିରେ ଅଣ ଦେଖା କରାଯାଉଛି ବୋଲି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି l ସେହିପରି ବାଦୀପଦା ରୁ ସଇଁତଲା ବ୍ରିଜ ନିର୍ମାଣରେ ଅଧପନ୍ତିରିଆ ହୋଇଯୋଗୁଁ ଲୋକେ ଯାତାୟାତ ବାଧା ସୃଷ୍ଟି ହୋଇଥିବା ସହ ସାନ୍ତଉପେର ବିଦ୍ୟାଳୟରେ ନୂତନ କୋଠା ଗୃହ ନିର୍ମାଣ, ବାଦୀପଦା ଗ୍ରାମକୁ ପିଡିଏସ ସବ ସେଣ୍ଟର ସ୍ଥାନାନ୍ତରିତ ଓ ତେଣ୍ଡିପାଲି, ଡୁଙ୍ଗୁରିପାଲି ଓ ବାଦୀପଦା ଗ୍ରାମକୁ ବିଦ୍ୟୁତ ଟ୍ରାନ୍ସଫର ପାଇଁ ସରପଞ୍ଚ ଗଜପତି ସାହୁ ଦାବୀ କରିଛନ୍ତି l ଏପରିକି ସଇଁତଲା ଡାକ୍ତରଖାନାରେ ଦୀର୍ଘ ବର୍ଷ ହେଲା କିରାଣୀ ପଦବୀ ଖାଲି ପଡିଥିବା ନେଇ କର୍ମଚାରୀମାନେ ଦରମା ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ଅସୁବିଧା ସମ୍ମୁଖୀନ ହେଉଥିବା ନେଇ କର୍ମଚାରୀମାନେ ଅଭିଯୋଗ କରିଥିଲେ l ଧରବଗଡ଼ ପଞ୍ଚାୟତ ମାକ୍ରି ଗାଁରେ ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଗାଁର ସୁରେନ୍ଦ୍ର ମହାନନ୍ଦ ଦାବୀ କରିବା ସହ ଦାବଯୋରୀ ଗାଁର ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଥିବାବେଳେ ୩ ଗୋଟି ଗୃହ ଥିବାରୁ ଛାତ୍ରଛାତ୍ରୀମାନେ ପାଠପଢାରେ ବାଧା ସୃଷ୍ଟି ହେଉଛି ବୋଲି କମିଟି ସଭାପତି ରାଧେଶ୍ୟାମ ପାତ୍ର ଅଭିଯୋଗ କରିଛନ୍ତି l ଏହା ସହିତ ସଇଁତଲା ସହରରେ ପାଣି ସମସ୍ୟା ଦେଖାଦେଇ ଥିବାବେଳେ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ କରି ଲାନ୍ଥ ନଦୀରେ ଓସ୍ତାଳୀ ଡେମରୁ ପାଣି ଛଡାଯାଉ ବୋଲି ସରପଞ୍ଚ ସୁବ୍ରତ ନାଗ ଦାବୀ କରିଥିଲେ l ଏ ଦିଗରେ ତୁରନ୍ତ ନଦୀକୂଳରେ ନଳକୂଅ ଖନନ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଏପରିକି ଛନଛଡା ଗାଁରେ ପାନୀୟ ଜଳଯୋଗାଣକୁ ନେଇ ଗାଁର ସୁବ୍ରତ ବେହେରା, ଆଲୋକ ବୁଡ଼େକ, ବାମନ ବୁଡ଼େକ ଦାବୀ କରିଥିଲେ l ଏହି ଶୁଣାଣିରେ ତହସିଲ ବିଭାଗ ତରଫରୁ ଦାବଯୋରୀ ଗାଁର ରମେଶ ଭୋଇ, ମାଖୁନୁ ମିର୍ଦ୍ଧା, ବିପିନ ମିର୍ଦ୍ଧା, ଡମ୍ବରୁଧର ମିର୍ଦ୍ଧା, କଳ୍ପନା ମିର୍ଦ୍ଧା, ରାଜେନ୍ଦ୍ର ସୁନାପୀରତି ଓ ବୁଡ଼ୁ ଭୋଇ ପ୍ରମୁଖ ୭ ଜଣ ବ୍ୟକ୍ତିଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା l ଉକ୍ତ ଜନଶୁଣାଣିରେ ମାତ୍ର ୫୫ ଗୋଟି ଅଭିଯୋଗ ହୋଇଥିଲା l ଏଥିରେ ସେକ୍ସନ ଅଫିସର ପର୍ଶୁରାମ ନାୟକ, ଆଇଆଇସି ସୁଶାନ୍ତ ବଢ଼େଇ, ସିଡ଼ିପିଓ ଗୋଲାପୀ ନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ରେଞ୍ଜର ସାଗର ରାଜ ନାୟକ, ଡିଏସଏସଓ ମଦନଜିତ ହୋତା , ବିଏସଏସଓ ଭାନୁ ପ୍ରତାପ ଭୋଇ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow