ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର, ଅଭିଯୋଗ ଶୁଣିଲେ ସମାଧାନ କଲେ।

Mar 10, 2025 - 20:49
 0  103
ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର, ଅଭିଯୋଗ ଶୁଣିଲେ ସମାଧାନ କଲେ।

ଧର୍ମଗଡ଼:ଲୋକ୍ ଆବାଜ ଇନ-(ସନତ କୁମାର ପ୍ରଧାନୀ)

              ଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର କୋକସରା ବ୍ଲକ ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ବ୍ଲକ ପରିସର ରେ ଥିବା ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା,ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସିଡିଓ ଦୟାମୟ ପାଢ଼ୀ,କୋକସରା ତହସିଲଦାର କ୍ଷୀରୋଧ ବିହାରୀ ଭାରତ ନାଗ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଜିଲ୍ଲା ର ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ପୁର୍ତ୍ତ ବିଭାଗ,ସାମାଜିକ ସୁରକ୍ଷା, ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଜିଲ୍ଲା ପଞ୍ଚାୟତ ବିଭାଗ, ସମନ୍ୱୟ ଶିଶୁ ପ୍ରକଳ୍ପ ବିଭାଗ,ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ,କୃଷି ବିଭାଗ,ଉଦ୍ୟାନ କୃଷି ବିଭାଗ,ସମାଜ ମଙ୍ଗଳ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ସମେତ ଅନ୍ୟ ବିଭାଗ ର ଜିଲ୍ଲା ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଅଭିଯୋଗ ଶୁଣାଣି ଶିବିର ରେ କୋକସରା ବ୍ଲକ ର ୨୨ ପଞ୍ଚାୟତ ରୁ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ହିତାଧିକାରୀ ମାନେ ନିଜର ଅଭିଯୋଗ ପଞ୍ଜିକରଣ କରିବା ପରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଅଭିଯୋଗ କାରୀ ଙ୍କ ଅଭିଯୋଗ ଶୁଣିବା ସହ ଉପସ୍ଥିତ ବିଭାଗୀୟ ଅଧିକାରୀ ଙ୍କୁ ସମାଧାନ କରିବାକୁ ଘଟଣାସ୍ଥଳରେ ନିର୍ଦ୍ଦେଶ ଦେଇଥିଲେ।ଶିବିର ରେ ମୋଟ ୫୪ ଗୋଟି ଅଭିଯୋଗ ଉପରେ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ। ପ୍ରମୁଖ ଅଭିଯୋଗ ମଧ୍ୟରୁ କୋକସରା ସଚେତନ ନାଗରିକ ମଞ୍ଚ ପକ୍ଷରୁ କୋକସରା ଠାରେ ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, କୋକସରା ମିନି ଷ୍ଟାଡିୟମ ପାଇଁ ଜମି ଆବଣ୍ଟନ,ପ୍ରସ୍ତାବିତ ଆଦର୍ଶ ସ୍ମଶାନ ନିର୍ମାଣ ରେ ଜମି ଆବଣ୍ଟନ ତୁରନ୍ତ ଫଇସଲା, କୋକସରା ଗ୍ରାମର ସରକାରୀ ଜମି ଚିଂହ୍ନଟ ସହ ଜବରଦଖଲ ଉଚ୍ଛେଦ କରିବା ସହ ପୁର୍ତ୍ତ ବିଭାଗ ଦ୍ଵାରା ନିର୍ମାଣଧୀନ ଡୋକାରିଚଞ୍ଚରା ରାସ୍ତା ର ଟେମରା ରୁ ମହିମା କୁ ସଂଯୋଗ କରୁଥିବା ରାସ୍ତା ର ଆମ୍ବମୁଣ୍ଡା ଠାରେ କାଡା କେନାଲ କୁ ପୋତି ଦେଇ ଥିବାରୁ ଏହି କେନାଲ ଚାଷୀ ଜଳସେଚନ ରୁ ବଞ୍ଚିତ ରହିଛନ୍ତି,ଏଣୁ ଶୀଘ୍ର କେନାଲ ମରାମତି କରିବାକୁ ଦାବି,ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ରେ ଠିକାସଂସ୍ଥା ରାସ୍ତା କଡ଼ ରେ କାର୍ଯ୍ୟ ପରେ ମରାମତି ନ କରିବା ଯୋଗୁଁ ରାସ୍ତା ର ଅବସ୍ଥା ଶୋଚନୀୟ ହେଉଥିବା ଭଳି ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା,ଜିପିଡ଼ିଓ ରାଜେନ୍ଦ୍ର ପାତ୍ର ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ଅଜୟ ସେନାପତି, ପିପି ସିଂ, ସମେତ ବ୍ଲକ କର୍ମଚାରୀ ମାନେ ରହି ପରିଚାଳନା ରେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow