ଜିଲ୍ଲା କୃଷି କାର୍ଯ୍ୟାଳୟରେ ଇକ୍ରିସେଟ ଓ ୟାର୍ ଦ୍ଵାରା ସୂର୍ଯ୍ୟମୁଖୀ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ

Dec 6, 2025 - 13:36
 0  22
ଜିଲ୍ଲା କୃଷି କାର୍ଯ୍ୟାଳୟରେ ଇକ୍ରିସେଟ ଓ ୟାର୍ ଦ୍ଵାରା ସୂର୍ଯ୍ୟମୁଖୀ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ

ନୂଆପଡ଼ା:ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

 ନୂଆପଡା ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରେ ଇକ୍ରିସେଟ ଓ ୟାର ସହାୟତାରେ ସୂର୍ଯ୍ୟମୁଖୀ ବିହନ ଏବଂ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୋଟ ୫୦ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶ, ସି ଡି ଏ ଓ ପ୍ରଦୀପ୍ତ ନାୟକ, ବିଧାୟକ ପ୍ରତିନିଧି ଭରତ ରାମ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, କୃଷି ବିଭାଗର ଅନ୍ୟାନ୍ୟ ସରକାରୀ ଅଧିକାରୀମାନଙ୍କ ସହିତ ଇକ୍ରିସ।ଟ ରୁ ବୀରେନ୍ଦ୍ର ଧରୁଆ ଏବଂ ୟାର ଏମ ଜି ଓ ସଭାପତି ମହେନ୍ଦ୍ର କୁମାର ଯୋଶୀ,ସମ୍ପାଦକ ହରିଦାସ ପଟେଲ,ଅରୁଣ ବିଶ୍ଵାଳ, ଚମ୍ପେଶ୍ୱର ପ୍ରଧ।ନୀ ଉପସ୍ଥିତ ଥିଲେ। ସୂର୍ଯ୍ୟମୁଖୀ ଚାଷର ଉପକାରିତା, ବିଶୁଦ୍ଧ ତେଲ ଖାଇବା, ନିରୋଗ ରହିବା ଏବଂ ଜମି ପ୍ରସ୍ତୁତ ସମୟରେ ବୋରନ୍ ବ୍ୟବହାରର ପ୍ରଣାଳୀ ଫୁଲ ସମୟରେ ବୋରନ ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୨୦୨୫-୨୬ ରବି ଋତୁରେ ନୂଆପଡ଼ା ଜିଲ୍ଲାରେ ୧୦୦୦ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି ।

What's Your Reaction?

like

dislike

love

funny

angry

sad

wow