ପଲସାଗୋରା ମୁରାସୁର ଦରବାର

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲଶାଗୋରା ଠାରେ ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଗଜଲକ୍ଷ୍ମୀପୂଜା ଅବସରରେ ମୁରାସୁର ଦରବାର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି lଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ରେ କଂସ ମହାରାଜ ଭୂମିକା ରେ ଅଭିନୟ କରିଥିବା ହୃଷିକେଶ ଭୋଇ ମୁରାସୁର ଦରବାର ରେ ମୁରାସୁର ଭୂମିକା ରେ ଅଭିନୟ କରିଥିଲେ l ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଚିତ୍ତାକର୍ଷକ ହୋଇଥିଲା l ମୁରାସୁର ଭୋପାଲ ପୁରୀ ଆକ୍ରମଣ କରି ଭୋପାଳେଶ୍ୱରଙ୍କୁ ପରାସ୍ତ କରିବା ସହ ରାଜ କୁମାରୀ ମଦନା ବତୀଙ୍କୁ ବିଭାହ, ପାତାଳପୁରୀ ଆକ୍ରମଣ ନାଟକ ମଞ୍ଚସ୍ଥ ହୋଇଥିଲା l ମୁରାସୁର ଙ୍କ ଦରବାରରେ ରାଜଅତିଥି ଭାବେ ବରଗଡ଼ ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, କଣ୍ଟାମାଳ ର ପୂର୍ବତନ ବିଧାୟକ ମହୀଧର ରଣା ବିଜେଡି ନେତା ସୁଧୀର ମହାକୁଡ଼,କିଶୋରୀ ମିଶ୍ର ରାଧାବଲ୍ଲଵ ପ୍ରଧାନ, ସରକାରୀ ଓକିଲ ଉପେନ୍ଦ୍ର ମହାପାତ୍ର, ସାମ୍ବାଦିକ ନିବେଶ ପାଣିଗ୍ରାହୀ ଯୋଗ ଦେଇ ଥିଲେ l,ପ୍ରସିଦ୍ଧ କଳାକାର ହୃଷିକେଶ ଭୋଇ ଙ୍କ ମୁରାସୁର ଭୂମିକାକୁ ରାଜଅତିଥି ଓ ଦର୍ଶକ ମାନେ ବହୁ ପ୍ରଶଂସା କରିଥିଲେl ମଞ୍ଚକୁ ଅଚୁତ ଖମାରି ପରିଚାଳନା କରିଥିଲେl ସ୍ୱସ୍ତିକ କ୍ଲବ ର ସଦସ୍ୟ ମାନଙ୍କର ସହଯୋଗ ରେ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶକ ମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ କଳାକାରଙ୍କ ନାଚ ଗୀତ ଓ ନାଟକକୁ ଉପଭୋଗ କରିଥିଲେ l
What's Your Reaction?






