ଜିଲ୍ଲା ଯୋଜନlବୋର୍ଡ ଅଧ୍ୟକ୍ଷ ହେଲେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ

Apr 1, 2026 - 21:20
 0  57
ଜିଲ୍ଲା ଯୋଜନlବୋର୍ଡ ଅଧ୍ୟକ୍ଷ ହେଲେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ବିଧାୟକ ଉମା ଚରଣ ମଲ୍ଲିକ ହେଲେ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ l ବିଧାୟକ ମଲିକ ଙ୍କ କାର୍ଯ୍ୟ ଦକ୍ଷତା, ଲୋକ ସମ୍ପର୍କ, ସଚ୍ଚୋଟତା ଆଦି କୁ ଭିତ୍ତି କରି ସରକାର ବିଧାୟକ ଉମା ଚରଣ ମଲ୍ଲିକ ଙ୍କୁ ଏହି ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଛନ୍ତି l ତିରିଶ ଜିଲାରେ ତିରିଶ ବିଧାୟକ ଙ୍କୁ ଏହି ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଛନ୍ତି ସରକାର l ଫଳରେ ବିଧାୟକ ଉମା ଚରଣ ମଲ୍ଲିକ ରାଜ୍ୟ ମୂଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ସେ ଏହି ଦାୟିତ୍ବ କୁ ସୁଚାରୁରୂପେ ନିର୍ବାହ କରିବେ ବୋଲି କହିଛନ୍ତି l ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ବିଧାୟକ ଉମା ଚରଣ ମଲ୍ଲିକ ଙ୍କୁ ନିଯୁକ୍ତି ମିଳିବା ପରେ ବରିଷ୍ଠ ଆଇନଜୀବି, ଓକିଲ ସଂଘ ସଭାପତି ତଥା ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି, ବିଜେପି ନେତା ରମେଶ ମହାନ୍ତି, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ, ପୁର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୂ, ବିଜେପି ନେତା ଟୁକୁ ଦଳ ବେହେରା,ଆଇନଜୀବି ସଂଜିତ୍ ପାତ୍ର, ଯୁବ ମୋର୍ଚ୍ଚା ସଭାପତି ବିଜେପି ମୁକ୍ତି କାନ୍ତ ମହାନ୍ତି, ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି l

What's Your Reaction?

like

dislike

love

funny

angry

sad

wow