ଦୃଷ୍ଟିବାଧିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Apr 1, 2026 - 21:25
 0  35
ଦୃଷ୍ଟିବାଧିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସଇଁତଲା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)                                     

 ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରେଡ଼କ୍ରସ ଭିନ୍ନକ୍ଷମ ବିଦ୍ୟାଳୟର ଦୃଷ୍ଟିବାଧିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସିଂ ଙ୍କୁ ମଙ୍ଗଳବାର ଅବସର ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ରିଚପାଳ ସାଗର ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା , ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସିଂ,ତାଙ୍କ ଧର୍ମପତ୍ନୀ ତରୁଣୀ ସିଂ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ ଛତ୍ରିଆ ,ବରିଷ୍ଠ ଶିକ୍ଷକ ସମୀର କୁମାର ନାୟକ, ସ୍କୁଲର ଶିକ୍ଷୟିତ୍ରୀ ପୁଷ୍ପଲତା ଖଟୁଆ ପ୍ରମୁଖ ମଞ୍ଚାସୀନ ହୋଇ ପ୍ରଧାନ ଶିକ୍ଷକ ଶ୍ରୀ ସିଂ ଙ୍କ ୩୫ ବର୍ଷ ଶିକ୍ଷକତା କାର୍ଯ୍ୟରତ ସମୟର ଅନୁଭୂତି ଓ ଜୀବନୀ ଉପରେ ଆଲୋକପାତ କରିଥିଲେ l

କାର୍ଯ୍ୟକ୍ରମକୁ ସାମ୍ବାଦିକ ସଂଘ ସଭାପତି ନାରାୟଣ ସାହୁ ସଭାକୁ ପରିଚାଳନା କରିଥିଵା ବେଳେ ସଂଗୀତା ଶିକ୍ଷକ ଧନେଶ୍ୱର ଦାସ ଓ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ଏହି ପରିପେକ୍ଷୀରେ ଦୃଷ୍ଟି ବାଧିତ , ମୁକ ବଧିର ବିଦ୍ୟାଳୟଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀ ସିଂ ଙ୍କୁ ମାନପତ୍ର ଓ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ସହିତ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ତଥା ଅଞ୍ଚଳ ଜନସାଧାରଣ ତରଫରୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଦ୍ୟାଳୟର ସୁଶାନ୍ତ ବେହେରା, ଶୁଭାଂଶୁ ସାହୁ, ଯଶୋବନ୍ତି ବିଶ୍ୱାଳ , ହରି ବଗର୍ତି, ନୀରବତୀ ବଗର୍ତି ,ରୋଶନୀ ସାହୁ, ସନ୍ତୋଷ ସାହୁ ଙ୍କ ସମେତ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow