ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସାମୂହିକ ସ୍ମୃତି ସଭା, ଗୁଣ ସାଗର ଙ୍କ ଗୁଣ ଗାନ କଲେ ଶୁଭେଚ୍ଛୁ ଓ ବକ୍ତା

Aug 22, 2024 - 18:10
 0  28
ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସାମୂହିକ ସ୍ମୃତି ସଭା,  ଗୁଣ ସାଗର ଙ୍କ ଗୁଣ ଗାନ କଲେ ଶୁଭେଚ୍ଛୁ ଓ ବକ୍ତା

ସୁବର୍ଣ୍ଣପୁର : ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ) :

ସୁବର୍ଣ୍ଣପୁର ଜିଲ୍ଲାର ବମରାଜ ଗାଁ ରେ  ଆଜି ପଣ୍ଡିତ  ସ୍ୱର୍ଗତ ଗୁଣ ସାଗର ପଣ୍ଡା ଙ୍କ ଦ୍ଵାଦଶାହ କାର୍ଯ୍ଯ ରେ ଏକ ସାମୂହିକ ସ୍ମୁତି ସଭା ଅନୁଷ୍ଠିତ ହୋଇ ଯାଇଛି l  ଏହି କାର୍ଯ୍ୟକ୍ରମ ରେ କୋଶଳ ଜ୍ୟୋତିର୍ବିଦ ମହାସଭାର ଅବାହକ ଓ ପରମେଶ୍ଵରୀ ପାଞ୍ଜି ଗଣକ ମେଡେନ କୁମାର ବିଶି ସ୍ୱର୍ଗତ ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ସ୍ମୃତି ଚାରଣ କରିବା ସହିତ ତାଂକ ବିନମ୍ୱ ବ୍ୟବହାର ଓ ପାଣ୍ଡିତ୍ୟ ର ଗୁଣ ଗାନ କରି ଶ୍ରୀ ପଣ୍ଡା ଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରିଥିଲେ । ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ସ୍ୱଚ୍ଛ ଭାରତ ସଂଗଠନ , ପତଞ୍ଜଳି ଯୋଗ ସମିତି,  ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ଶ୍ରୀ ଗୋପାଳ ଜୀ ତଦିତ ଶ୍ଵାସ ମନ୍ତ୍ର ଯୋଗଳୟ , ଜିଲ୍ଲା କ୍ରିକେଟ ସଂଘ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ, ରକ୍ତ ଦାତା ସଂଘ, ଫରେଷ୍ଟ ପାର୍କ ମର୍ଣୀଙ୍ଗ ୱାକର୍ସ ସଂଘ, ସୋନପୁର କଲେଜ୍ ଏନ୍ ସି ସି, ଆର୍ ଏସ ଏସ, ଶିକ୍ଷକ ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ଜିଲ୍ଲା ର ଅନେକ ସାମାଜିକ ସଂଗଠନ ର ଶହ ଶହ କର୍ମକର୍ତ୍ତା ଯୋଗ ଦେଇ ଏହି ସ୍ମୃତି ସଭା ରେ ଶ୍ରୀ ପଣ୍ଡା ଙ୍କ ଅମର ଆତ୍ମା ଶାନ୍ତି ସଦଗତି କାମନା କରି  ଶ୍ରୀ ପଣ୍ଡା କେବଳ ଯେ ଜଣେ ଆଦର୍ଶ ଶିକ୍ଷକ ନ ଥିଲେ , ସେ ଜଣେ ଉଚ୍ଚ କୋଟୀର ଜ୍ୟୋତିର୍ବିଦ ଭାବେ ସମଗ୍ର ପଶ୍ଚିମ ଓଡ଼ିଶା ରେ ଖ୍ୟାତି ଲାଭ କରିଥିଲେ ଓ ପାତାଳୀ ଶ୍ରୀକ୍ଷେତ୍ର ର ନୀତି ନିର୍ଘଣ୍ଟ ନିର୍ଭୁଲ ଗଣନା କରି ଦେବ ନୀତି ପରିଚଳନା ରେ ନିଷ୍ଠା ର ସହ ସହଯୋଗ କରି ଆସୁଥିଲେ ବୋଲି ସ୍ମୃତି ସଭାରେ ବକ୍ତା ମାନେ ମତ ରଖିଥିଲେ l ମହା ନଦୀ ବା ମହା ସାଗର କୁ ଯେମିତି ମାପି ହୁଏନି ଶ୍ରୀ ଗୁଣ ସାଗର ପଣ୍ଡା ଙ୍କ ଅଗାଧ ଗୁଣ ଓ ଅମାପ ପାଣ୍ଡିତ୍ୟ କୁ ମାପିବା ଅସମ୍ଭବ ଥିଲା ବୋଲି ଉପସ୍ଥିତ ଜ୍ୟୋତିର୍ବିଦ, ବୁଦ୍ଧିଜିବୀ,  ସାମ୍ୱାଦିକ , ଆଇନ୍ ଜିବୀ,  ସମାଜ ସେବୀ, ଶିକ୍ଷକ , ରାଜ ନେତା ସ୍ମୃତି ସଭାରେ ସ୍ମୁତି ଚାରଣ କରିଥିଲେ l ଏହି  ସଭା ରେ ପଣ୍ଡିତ ମହାସଭା ର ମେଡେନ୍ କୁମାର ଵିଶି, ଯୋଗିନ୍ଦ୍ର ହୋତା , ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, କଳା କାହୁଁ ଦାଶ, ନିରଞ୍ଜନ ତ୍ରିପାଠୀ, ସ୍ବଚ୍ଛ ଭାରତ ସଂଗଠନ ସଭାପତି ସୟଦ୍ ଅଲିମୁଲ ଇସଲାମ, ଯୋଗୀ ଆର୍ତ୍ତତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପ୍ରଦୀପ ପୁରୋହିତ, ଶିକ୍ଷାଧିକାରୀ ପ୍ରତାପ ଦାଶ ,  ପଠାଣ ପଣ୍ଡା, ହରିହର ଶତପଥି, ଗରିବ ଲୋଇ,  ଗୋପାଳ ନେଗୀ, ଅଧ୍ୟାପକ ମଦନ ସୁନ୍ଦର କ୍ଷେତି, ଲଡ଼ୁ କିଶୋର ମଲ୍ଲିକ, ରବୀନ୍ଦ୍ର ଜେନା, ରାଜ କିଶୋର ତ୍ରୀପାଠୀ, ପୀତାମ୍ବର ମହାପାତ୍ର, , ସଞ୍ଜୟ ସାହୁ, ରଞ୍ଜନ ବାରିକ୍, ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ମଞ୍ଜୁଶ୍ରୀ ଭୂୟାଁ, ରୁଚିକା ମାଝୀ, ସବିତା ପଟ୍ଟନାୟକ ପ୍ରମୁଖ ଜିଲ୍ଲା ର ବହୁ ନେତ୍ରୁ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ଏଠାରେ ଯୋଗ ଦେଇ ଶ୍ରୀ ପଣ୍ଡା ଙ୍କ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l  ଏ ଅଞ୍ଚଳ ର ବିଶିଷ୍ଟ ପଣ୍ତିତ କାମପାଳ ନାୟକ,ରାମକୃଷ୍ଣ ପଣ୍ଡା , ଵଳରାମ ପୁରୋହିତ , ସନ୍ତୋଷ କୁମାର ପୁରୋହିତ, ଉପେନ୍ଦ୍ର ଚାନ୍ଦ, ଯୋଗେଶ୍ଵର ପୁରୋହିତ ,ପଣ୍ଡିତ ପ୍ରକାଶ ପୁଝାରୀ ଏହି  ସଭା ରେ ଉପସ୍ଥିତ ଥିଲେ। ଶ୍ରୀ ପଣ୍ଡl ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା କାଲି ଠାରୁ ସାମୂହିକ ଗୀତା ପାଠ, ବିଷ୍ଣୁ ସହସ୍ର ନାମ ଓ ମାନବୀୟ ସେବାର ପ୍ରତୀକ ରକ୍ତ ଦାନ ଶିବିର ର ମଧ୍ୟ ଅୟୋଜନ କରଯାଇଛି ବୋଲି ସମାଜସେବୀ ମନୋଜ ପଣ୍ଡା  ସ୍ଵର୍ଗତ ପଣ୍ଡା ଙ୍କ ପରିବାର ତତଫରୁ ସୁଚନା ଦେଇଛନ୍ତି l

What's Your Reaction?

like

dislike

love

funny

angry

sad

wow