ବାଉଁଶ କାରିଗରଙ୍କ ପାଇଁ ତାଲିମ ଶିବିର

Dec 4, 2025 - 11:44
 0  24
ବାଉଁଶ କାରିଗରଙ୍କ ପାଇଁ ତାଲିମ ଶିବିର

ନୂଆପଡ଼ା :ଲୋକ ଆବାଜ. ଇନ/ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ ନୂଆପଡ଼ା ଏବଂ ବ୍ଲକ ପ୍ରଶାସନର ମିଳିତଆନୁକୁଲ୍ୟରେ ଆଜି ବୋଡ଼େନ ବ୍ଲକର ବଣ ପାହାଡ଼ ଘେରା ଭଇଁଶା ଦାନି ଗ୍ରାମର ବାଉଁଶ କାରିଗରଙ୍କ ପାଇଁ ତାଲିମ ଶିବିର ଉଦ୍ଘାଟନ ହୋଇଯାଇଛି । ଶିବିରରେ ଅତିରିକ୍ତ ପ୍ରକଲ୍ପ ଅଧିକାରୀ କ୍ଷମାନିଧି ଭୁଏ ମୂଖ୍ୟ ଅତିଥି ରୂପେ ଯୋଗଦେଇ ହସ୍ତ ଶିଳ୍ପର ଚାହିଦା ଏବଂ ଏହା ଦ୍ବାରା କିପରି କାରିଗର ମାନେ ନିଜ ଜୀବନଜୀବିକା ପ୍ରତିପୋଷଣ କରିବେ ତା ଉପରେ ଆଲୋକପାତ କରିଥିଲେ । ଓରମାସ ଡେପୁଟି ସିଇଓ ବିଦେଶ ଘୋଷ, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା ଉପସ୍ଥିତ ରହି ବାଉଁଶରୁ ତିଆରି ବିଭିନ୍ନ ଜିନିଷର କିପରି ବଜାରିକରଣ କରିହେବ ତା ଉପରେ ବୁଝାଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ସି ଡି ପି ଓ ଅର୍ଚ୍ଚନା ରାଉତ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନାଏକ, ଏ ପି ଓ ରବିନାରାୟଣ ରାଉତ, ବି ପି ସି ମିଶନ ଶକ୍ତି ବିଜୟ କୁମାର ଭିତ୍ରିଆ,ବି ଏଲ ସି ସୁନୀତା ସୁନା , ବି ପି ସି ଆର୍ ଏଚ୍ ଜ୍ୟୋତି ରଞ୍ଜନ ପଣ୍ଡା, ପି ଇ ଓ ତାପସ କୁମାର ଅଗସ୍ତି, ଏ ବି ଏଫ୍ ରାକେଶ କୁମାର ଷଡଙ୍ଗୀ,ହସ୍ତଶିଳ୍ପ ବିକାଶ ଅଧିକାରୀ ମାନସ ପଟେଲ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପରଞ୍ଜନ ସାହୁ ସଭାପତିତ୍ବ କରିଥିଲେ । ସୂଚନା ଥାଉକି ଏହି ତାଲିମ ଶିବିରରେ ଉକ୍ତ ଗ୍ରାମର ୧୫ ଜଣ ବାଉଁଶ କାରୀଗରଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷକଙ୍କ ଦ୍ବାରା ୬ ମାସ ଧରି ତାଲିମ ଦିଆଯାଇ ବାଉଁଶଶିଳ୍ପରେ କୁଶଳୀ କରାହେବ ।

What's Your Reaction?

like

dislike

love

funny

angry

sad

wow