ଟାଙ୍ଗିଆପାଲି ରେ ଶ୍ରୀମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ ଟାଙ୍ଗିଆପାଲି ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ମାଁ ମହାଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ମନ୍ଦିର ସମ୍ମୁଖରେ ହୋମଯଜ୍ଞ ସହ ରୀତିନୀତି ରେ ପୂଜା କରାଯାଇଥିଲା |ଏଥିରେ କର୍ତ୍ତା ଭାବେ ସନ୍ତୋଷ ଦନ୍ତା ଓ ତାଙ୍କପତ୍ନୀ ସଂଗୀତା କର୍ଣ୍ଣ ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ମୋତିଲାଲ ପୁଜାହାରୀ ପୂଜା କାର୍ଯ୍ୟ ତୁଲାଇଥିଲେ |
ମନ୍ଦିର କୁ ନିର୍ମାଣ କରିଥିବା କାରିଗର ମନୋଜ କୁମାର ମହାପାତ୍ର ମଧ୍ୟ ପ୍ରତିଷ୍ଠା ସମୟରେ ଉପସ୍ଥିତ ଥିବାବେଳେ ଗ୍ରାମର ଗୌନ୍ତିଆ ବଶିଷ୍ଠ କଅଁର ଓ ଗ୍ରାମର ସମସ୍ତ ଲୋକ ସହଯୋଗ କରିଥିଲେ |
What's Your Reaction?






