୧୧ କେବି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ।

ମାଲକାନଗିରି:ଲୋକ ଆବାଜ. ଇନ(ମାଲକାନଗିରି ରୁ ଅବଦୁଲ ଗାନି ଙ୍କ ରିପୋର୍ଟ)
ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ତଥା ଓର୍କେଲ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧ର ନୂଆସାହିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ। ମିଳିଥିବା ସୂଚନାନୁଯାୟୀ ଓର୍କେଲ ଥାନା ଠାରୁ ମାତ୍ର ୨ ଶହ ମିଟର ଦୂରତାରେ ପୂର୍ତ୍ତ ବିଭାଗ ପକ୍ଷରୁ ସେକ୍ସନ କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା ବେଳେ ମୃତକ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ।ମୃତକ ହେଲେ ଚିତାପାରି-୩ ପଞ୍ଚାୟତ ଏମଭି-୧୦୪ ଗ୍ରାମର ପବନ ବିଶ୍ଵାସଙ୍କ ବଡ଼ ପୁଅ ପ୍ରଦୀପ ବିଶ୍ଵାସ(୨୩)। ବାଲିମେଳା ଠାରେ ପୂର୍ତ୍ତ ବିଭାଗର ଏକ ସେକ୍ସନ କାର୍ଯ୍ୟାଳୟ ପାଇଁ ଗୃହ ନିର୍ମାଣ ହେଉଥିବା ବେଳେ ପ୍ରଦୀପ ଠିକାଦାର ଦ୍ବାରା ଦିନ ମଜୁରିଆ ଭାବେ ନିୟୋଜିତ ହୋଇଥିଲେ।ଆଜି ଉକ୍ତ ଗୃହର ଦୁଇ ମହଲା ପାଇଁ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ପ୍ରଦୀପ ଏକ ଲୁହା ପିଲର ଛାଞ୍ଚ ଧରି ଛାତ ଉପରକୁ ଯାଉଥିଲେ। ୧୧ କେବି ବିଦ୍ୟୁତ ତାର ଛାତ ଠାରୁ ମାତ୍ର ୩ ଫୁଟ ଉଚ୍ଚତାରେ ରହିଛି। ଲୁହା ପିଲର ଛାଞ୍ଚ ୧୧ କେବି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ ଆଘାତ ଲାଗିବା ପରେ ଯୁବକ ଜଣଙ୍କ ଅଚେତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ବାଲିମେଳା ଡାକ୍ତରଖାନା ନେଇ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆହାତ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଡାକି ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ତେବେ ଅଞ୍ଚଳବାସୀଙ୍କ ଦ୍ବାରା ପ୍ରଶ୍ନ ଉଠୁଛି ଯେ ୧୧ କେବି ତାର ଯାଇଥିବା ବେଳେ ହାଇ ଭୋଲଟେଜ ବିଦ୍ୟୁତ ତାର ତଳେ ଗୃହ ନିର୍ମାଣ ନିମନ୍ତେ ଅନୁମତି ମିଳିଲା କିପରି.? ସେହିପରି ବିଭାଗ ପକ୍ଷରୁ ହାଇ ଭୋଲଟେଜ ବିଦ୍ୟୁତ ତାରକୁ ସ୍ଥାନାନ୍ତରିତ ନକରି ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ କିପରି.? ଏଥିସହିତ ଠିକାଦାର ମଧ୍ୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଦ୍ୟୁତ ତାର ସ୍ଥାନାନ୍ତର ଉପରେ ଧ୍ୟାନ ଦେଲେ ନାହିଁ କାହିଁକି.?ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଜେନାଙ୍କୁ ପଚାରିବାରୁ ଆମ ଅଜାଣତରେ ଠିକାଦାର କାର୍ଯ୍ୟ କରିଛି।ଆମେ କାର୍ଯ୍ୟ ବନ୍ଦ କରିବାକୁ ଠିକାଦାରଙ୍କୁ କହିଥିଲୁ। ମୁଁ ଛୁଟିରେ ଥିବାବେଳେ ଠିକାଦାର ତାର ମନମାନିରେ ଗୃହ ନିର୍ମାଣ କାର୍ଯ୍ୟ ଜାରି ରଖିଛି ବୋଲି କହିଥିଲେ। ମୃତକ ପ୍ରଦୀପ ବିଶ୍ଵାସ ଘରର ଏକମାତ୍ର ରୋଜଗାରିଆ ପୁଅ। ତାଙ୍କ ମୁଣ୍ଡ ଉପରେ ବୃଦ୍ଧ ବାପା ମାଆ, ସ୍ତ୍ରୀ ସହିତ ୫ ମାସର ଏକ ପୁଅ ଏବଂ ଦୁଇ ଛୋଟ ଭାଇଙ୍କ ବୋଝ ରହିଥିଲା।ଏଣୁ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ଓର୍କେଲ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା l
What's Your Reaction?






