ଡାକ୍ତର ଲୋକନାଥ ସାହୁ ଙ୍କ ନିଆରା ଉଦ୍ୟମ ଆପଣଙ୍କ କ୍ଲିନିକ ର ଶୁଭାରମ୍ଭ

ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା
କଳାହାଣ୍ଡି: ଲୋକ୍ ଆବାଜ୍( ବ୍ୟୁରୋ):-
ଗାଁ ରୁ ଜଣେ ଯୁବକ ଡାକ୍ତର ହେବା ବେଳେ ହିଁ ଅଞ୍ଚଳ ବାସୀ ଆଶା ରଖନ୍ତି ସ୍ବାସ୍ଥ୍ୟ ସେବା ପାଇଁ। ବାପା ମା ଙ୍କ ମନ ମଧ୍ୟ ସ୍ବପ୍ନ ଥାଏ ପୁଅ ଡାକ୍ତର ହେବା ପରେ ଲୋକଙ୍କ ସେବା ରେ ନିଜକୁ ନିୟୋଜିତ କରୁ । ଅଞ୍ଚଳବାସୀ ଙ୍କ ଆଶା ଓ ସ୍ବପ୍ନ କୁ ସାକାର କରିବା ପାଇଁ ଡାକ୍ତର ଲୋକନାଥ ସାହୁ ଆରମ୍ଭ କରି ଚନ୍ତି ଲୋକଙ୍କ ସେବା ରେ ଆପଣଙ୍କ କ୍ଲିନିକ୍ । ଏହି କ୍ଲିନିକ୍ କୁ କୌଣସି ବିଶିଷ୍ଟ ଅତିଥି ଙ୍କ ବଦଳ ରେ ନିଜର ବାପା ବିଫଳ ସାହୁ, ମାଆ ବିମଳା ସାହୁ, ବଡ଼ ବାପା ଚନ୍ଦୁ ଲାଲ ସାହୁ ଶୁଭ ଉଦ୍ଘାଟନ କରିଥିଲେ। ପ୍ରତିଦିନ ଏହି କ୍ଲିନିକ୍ ସକାଳ ସାଢେ଼ ଛ ରୁ ସାଢେ଼ ସାତ ଟା ପର୍ଯ୍ୟନ୍ତ ଖୋଲା ରହିବ ଓ ସମସ୍ତଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବ ବୋଲି ଡାକ୍ତର ସାହୁ ସୂଚନା ପ୍ରଦାନ କରିଛନ୍ତି ।
What's Your Reaction?






