ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ଏକ ଦିବସିୟ ତାଲିମ୍ ଅନୁଷ୍ଠିତ

Nov 5, 2024 - 08:04
 0  9
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ଏକ ଦିବସିୟ  ତାଲିମ୍  ଅନୁଷ୍ଠିତ

ବାଲିଗୁଡ଼ା: ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ପକ୍ଷରୁ କ ନୂଆଗାଁ ବ୍ଲକ ମହାସିଂ ପଞ୍ଚାୟତ ଲିମାର ପଦର ଗ୍ରାମ ଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଜରିଆରେ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ଏକ ଦିବ ସିୟ ତାଲିମ୍ ଓ ଖେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଯୋଗ ଦେଇ ଥିଲେ l ସନମ୍ମାନିତ ଅତିଥି ଭାବେ ପ୍ରକଳ୍ପ ପ୍ରବନ୍ଧକ ସମୀରନ ନାୟକ,ଆଇଟି ଡିଏ କୃଷି ଅଧିକାରୀ ରାଜେସ ପ୍ରଧାନ ଯୋଗ ଦେଇ ଥିଲେ l ପ୍ରଶାସନ ପକ୍ଷରୁ ଚାଷୀ ଆତ୍ମ ନିର୍ଭର ଶିଳ ହେବା ନିମନ୍ତେ ଚଳିତ ବର୍ଷ 7ଟି ବ୍ଲକର 65 ଏକର ଚାଷ ଜମିରେ ଗେଣ୍ଡୁ ଫୁଲ ଚାଷ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଛି l ଚାଷୀଙ୍କ ଚାଷ ଜମିରେ ଏକର ପିଛା 18 ହଜାର ଗେଣ୍ଡୁ ଫୁଲ ଚାରା ସହ ନିମ୍ବ ପୀଡ଼ିଆ, ସାର, ଲିମ୍ବ ତେଲ, ବିହନ ବିଶୋଧ ଟ୍ରlଙ୍କକଡ଼ମା ମାଗଣା ପ୍ରଦାନ କରା ଯାଉଥିବା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଉପସ୍ଥିତ ଚାଷୀଙ୍କୁ ସୂଚନା ଦେଇ ଥିଲେ l ଏବଂ ପ୍ରଥମ ପର୍ଯ୍ୟlୟରେ ଲିମାର ପଦର ଚାଷ ଜମିରେ କିଭଳି ଗେଣ୍ଡୁ ଫୁଲ ଚାରା ରୋପଣ କରାଯାଏ ସେ ନେଇ ଚାଷୀଙ୍କୁ ହଟିକଲଚର ଏ ଏଚଓ ବିଭୁଦତ ବିଶ୍ୱାଳ, ନୀଳା ଚଳ ପଣ୍ଡା ତାଲିମ୍ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସାତଟି ବ୍ଲକର ଏକ୍ସପୋର୍ଟ ଏବଂ ବାଲିଗୁଡ଼ା, ତୁମୁଡିବନ୍ଧ,କ ନୂଆଗାଁ, ଦାରିଙ୍ଗବାଡି, ରାଇକିଆ, ଟିକାବାଲି,ଚକାପlଦ ଭଳି 7ଟି ବ୍ଲକ ର ଚାଷୀ ଉପସ୍ଥିତ ରହି ଗେଣ୍ଡୁ ଫୁଲ ଚାଷ ନିମନ୍ତେ ତାଲିମ୍ ନେଇ ଥିଲେ l

What's Your Reaction?

like

dislike

love

funny

angry

sad

wow