ତରଭା ର ଦୁସ୍ଥ ସାମ୍ବାଦିକ ଙ୍କୁ ସାକ୍ଷାତ କଲେ ସୁବର୍ଣ୍ଣପୁର ଏସପି-

ସୁବର୍ଣ୍ଣପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ବରଗଡ଼ ବିକାଶ ହସ୍ପିଟାଲରେ ଫୁସ୍ ଫୁସ୍ ଜନିତ ରୋଗ ରେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରି ନିଜ ଘରକୁ ଫେରିଥିବା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ୍ ର ପ୍ରମେୟ ରେ କାର୍ଯ୍ୟରତ ଥିବା ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ର ଉପଦେଷ୍ଟା ଶ୍ରୀ ରାଜକୁମାର ମାହାଣାଙ୍କୁ ଆଜି ସକାଳ ଅପରାହ୍ନ ୨ ଟା ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭେଟିଲେ ଓ ସ୍ଵାସ୍ଥ୍ୟବସ୍ଥା ବୁଝିଲେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରାସାଦ ସାହୁ ।
ପ୍ରଶାସନ ପକ୍ଷରୁ ଶ୍ରୀ ମାହାଣା ଙ୍କୁ ଆଗକୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ର ପ୍ରତିଶ୍ରୁତି ଦେବାସହ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବ୍ୟକ୍ତିଗତ ଭାବରେ କିଛି ଆର୍ଥିକ ସହଯୋଗ ମଧ୍ୟ କରିଥିଲେl ଆଜି ସନ୍ଧ୍ୟାରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ତରଭା ବିଡ଼ିଓ ବରିଷ୍ଠ ସାମ୍ବାଦିକ ଶ୍ରୀ ମାହାଣା ଙ୍କୁ ସାକ୍ଷାତ କରିବାର କାର୍ଯ୍ଯ କ୍ରମ ରହିଥିବା ସୁଚନା ମିଳିଛି l ଏ ବିଷୟ ରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସୁଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ଙ୍କ ଜରିଆରେ ଜିଲ୍ଲା ପ୍ରଶାସନ କୁ ଆଜି ସକାଳେ ସୁଚନା ପ୍ରଦାନ କରଯାଇଥିଲା l
What's Your Reaction?






