ଆଶା କର୍ମୀ ସଂଘ ର ୯ ଦଫା ଦାବି ପତ୍ର ପ୍ରଦାନ......

Mar 24, 2025 - 11:59
Mar 24, 2025 - 12:24
 0  131
ଆଶା କର୍ମୀ ସଂଘ ର ୯ ଦଫା ଦାବି ପତ୍ର ପ୍ରଦାନ......

କର୍ଲାମୁଣ୍ଡା:୨୪/୩(ଲୋକ ଆବାଜ. ଇନ, ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆଶା କର୍ମୀ ସଂଘ ପକ୍ଷରୁ ସୋମବାର ୯ ଦଫା ଦାବି ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଆଶିଷ କୁମାର ଧରୁଆ ଙ୍କୁ ପ୍ରଦାନ କରିଛନ୍ତି। ଦାବୀ ଗୁଡ଼ିକ ମଧ୍ୟରେ ଆଶା କର୍ମୀ ମାନଙ୍କୁ ସ୍ଥାୟୀ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରାଯିବା, ଆଶା କର୍ମୀ ଙ୍କୁ ମାସିକ ଭତ୍ତା ୧୮ହଜାର ଟଙ୍କା ପ୍ରଦାନ କରାଯିବା, ଆଶା କର୍ମୀ ମାନଙ୍କ ଅବସର କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା କୁ ବୃଦ୍ଧି ଓ ଦୁର୍ଘଟଣା ଜନିତ ମୃତ୍ୟୁ ର ସହାୟତା ରାଶି ୫ ଲକ୍ଷ ଟଙ୍କା କରାଯିବା, ଆଶା କର୍ମୀ ଙ୍କ ଅଭିଜ୍ଞତା କୁ ବିଚାର କରି ଆଇସିଡିଏସ କର୍ମୀ ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା,ଆଶା କର୍ମୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରିବା,ଆଶା କର୍ମୀ ମାନଙ୍କୁ ବିଭିନ୍ନ ଯୋଜନା ରେ ଦିଆ ଯାଉଥିବା ପ୍ରୋତ୍ସାହନ ରାଶି କୁ ଦ୍ୱିଗୁଣ କରିବା ପ୍ରମୁଖ ଦାବୀ ରହିଛି।

ଦାବୀ ପତ୍ର ପ୍ରଦାନ ସମୟରେ ବ୍ଲକ ଆଶା କର୍ମୀ ସଂଘ ସଭାନେତ୍ରୀ ବବିତା ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ତେବେ ଆଶା କର୍ମି ମାନେ ୨ ମାସ ହେଲା ମାସିକ ପ୍ରୋତ୍ସାହନ ରାଶି ପାଇ ନ ଥିବାରୁ ଖୁବ୍ଧ ପ୍ରକାଶ କରିଥିଲେ।

What's Your Reaction?

like

dislike

love

funny

angry

sad

wow