ତୃତୀୟ ତରଣୀସେନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ ଟାଙ୍ଗିଆପାଲି ମାଁ ମହାଲକ୍ଷ୍ମୀ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ତୃତୀୟ ତରଣୀସେନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ସୋମବାର ମଧ୍ୟାହ୍ନରେ ଉଦଘାଟିତ ହୋଇଯାଇଛି |ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସେବା ସମବାୟ ସମିତି ସଭାପତି ସୁଧୀର କୁମାର ଖଟୁଆ, ସମ୍ମାନିତ ଅତିଥି ଭାବେ ଟାଙ୍ଗିଆପାଲି ଗୌନ୍ତିଆ ବଶିଷ୍ଠ କଅଁର, ଜିଲ୍ଲା କ୍ରିକେଟ ସଙ୍ଘ ସଦସ୍ୟ ରାମଚନ୍ଦ୍ର ମଲିକ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ |ପରେ ଆୟୋଜକ ଟାଙ୍ଗିଆପାଲି ଓ କୁମରକେଲି ଦଳ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଟଚ ଜିଣି ଟାଙ୍ଗିଆପାଲି ଦଳ ନିର୍ଦ୍ଧାରିତ 7ଓଭର ରେ 7 ଉଇକେଟ ହରାଇ 53ରନ ରନ କରିଥିବା ବେଳେ ଜବାବ ରେ କୁମରକେଲି ଦଳ 5ଓଭରରେ 3ଉଇକେଟ ରେ 54ରନ କରି 7ଉଇକେଟ ରେ ବିଜୟୀ ହୋଇଥିଲା |ମ୍ୟାଚ କୁ ଅମ୍ପେୟାର ଭାବେ ସଦାନନ୍ଦ ସାହୁ ଓ ଆକାଶ ପ୍ରଧାନ ଖେଳ ପରିଚାଳନା କରିଥିଲେ | ସ୍କୋରର ରମାକାନ୍ତ ନାଗ ଓ ସୁଧାଂଶୁ ଶେଖର ମହାକୁଡ଼ ଧାରାବୀବରଣୀ ପ୍ରଦାନ କରିଥିଲେ |ଖେଳ ପରିଚାଳନା ରେ କ୍ଲବର ମୁନା ଦନ୍ତା,ସୁରଥ ବାରିକ, ବିନୋଦ, ଉମା, ରିଙ୍କୁ, ପ୍ରକାଶ, ସୁନୀଲ, ପ୍ରତିମନ, ରଘୁନାଥ, ପ୍ରକାଶ, ରୁଦ୍ର, ନିବାସ ଓ ଅନ୍ୟମାନେ ସହଯୋଗ କରିଥିଲେ |
What's Your Reaction?






