ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ବିକାଶ ତାଲିମ ଶିବିର ଉଦଘାଟିତ

Aug 24, 2024 - 19:29
 0  25
ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ବିକାଶ ତାଲିମ ଶିବିର ଉଦଘାଟିତ

ନୂଆପଡ଼ା,ଲୋକ୍ ଆବାଜ୍‌. ଇନ୍‌(ରାମନାଥ ପଣ୍ଡା)

 ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ କଳାହାଣ୍ଡି ଅଧିନସ୍ଥ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନର ଜାତୀୟ ସେବା ସଂସ୍ଥା ଦ୍ଵାରା ଆୟୋଜିତ ତିନି ଦିନିଆ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ବିକାଶ ତାଲିମ ଶିବିର ଉଦଘାଟିତ ହୋଇଛି।ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଡଃ ଚିତ୍ତରଞ୍ଜନ ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବିଶ୍ଵବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତ ଦଣ୍ଡସେନା ମୁଖ୍ୟ ବକ୍ତା ରୂପେ ଅଳଙ୍କୃତ ଥିଲେ ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପ୍ରଣତି ପଣ୍ଡା,ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ ।ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଅଧ୍ୟକ୍ଷ ଅବନୀ କୁମାର ଖମାରୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ  ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଆଜି ଏହି ଶିବିରରେ ଓଡ଼ିଶା ଯୁବ ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ,ଯୁବ ସ୍ଵେଚ୍ଛାସେବୀ ଦୀପକ କୁମାର ବେହେରା ଓ ପ୍ରତ୍ୟୁଷ ବାଣୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଶିବିରରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଦ୍ଵାରା ଅନୁବନ୍ଧିତ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ୧୦୦ ଜଣ ସ୍ୱେଚ୍ଛା ସେବୀ ଏବଂ ୧୧ ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦାନ କରିଛନ୍ତି ।ତିନି ଦିନ ବିଶିଷ୍ଟ ଏହି ଶିବିରରେ ୧୦ ଗୋଟି ବିଷୟବସ୍ତୁ ସହ ୧୦ ଟି ଅଧିବେଶନ ହେବାର ସୂଚନା ମିଳିଛି ।ନେତୃତ୍ବର ବିକାଶରେ ରାଜ୍ୟ ଓ ଦେଶର ବିକାଶ ଦିଗଟି ମଜବୁତ୍ ହୋଇପାରିବ ତେଣୁ ଏହି ତାଲିମ କାର୍ଯ୍ୟକ୍ରମଟି ଯୁବ ଗୋଷ୍ଠୀକୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳକୁ ଦୃଢ଼ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।ଶେଷରେ ଅଧ୍ୟାପିକା କେତକୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow