ମଦ କାରବାରରେ ଜଣେ ଗିରଫ

ବୌଦ୍ଧ.ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ) :
କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକଙ୍କ ନେତୃତ୍ୱରେ ଏକ ଟିମ୍ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ବାଲିଙ୍ଗ ଜୋର ଗ୍ରାମ ରାସ୍ତା ନିକଟରେ ଚଢାଉ କରି ବିପୁଳ ଦେଶୀ ମଦ ଜବତ କରିଥିବା ବେଳେ ଘଟଣାରେ ଜଣକୁ ଗିରଫ କରାଯାଇଛି | ଜବତ ଦେଶୀ ମଦର ପରିମାଣ ୧୨ ଲିଟର ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲିଙ୍ଗ ଜୋର ଗ୍ରାମର କଳିଙ୍ଗ ଭୋଇ (୪୧) ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୪୯/୨୪-୨୫ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ କଳିଙ୍ଗ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକ ସୂଚନା ଦେଇଛନ୍ତି |
What's Your Reaction?






