ଥାନା ଅଧିକାରୀଙ୍କ ମହାନତା l ବାଇକ୍ ଦୁର୍ଘଟଣା ରେ ଦୁଇ ବାଇକ ଆରୋହୀ ଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥା ରେ ଉଦ୍ଧାର କଲେ

Sep 3, 2024 - 20:53
Sep 3, 2024 - 21:18
 0  248
ଥାନା ଅଧିକାରୀଙ୍କ ମହାନତା l ବାଇକ୍ ଦୁର୍ଘଟଣା ରେ ଦୁଇ ବାଇକ ଆରୋହୀ ଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥା ରେ ଉଦ୍ଧାର କଲେ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍ (ପ୍ରମୋଦ କୁମାର ଦଣ୍ଡସେନା)

ମାନବ ସେବା ହିଁ ମାଧବ ସେବା l ଦୁର୍ଘଟଣା ଗ୍ରସ୍ତ ବାଇକ୍ ଆରୋହୀ ଙ୍କୁ ରକ୍ତ ଜୁଦୁ ବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପହଞ୍ଚିIଇ ଜୀବନ ରକ୍ଷା କଲେ ବାଲିଗୁଡ଼ା ଥାନା ରେ କାର୍ଯ୍ୟରତ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ l ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନ ଚାରିଟା ବେଳେ ସୁରୁବାଲି ନିକଟ ରେ ଅତ୍ୟଧିକ ମଦ ପିଇ ଏଵଂ ଦୃତ ଗତି ରେ ବୁଲେଟ ଚଳାଇ ବାଲିଗୁଡ଼ା ହାଟପଦା ସାହିର ସଞ୍ଜୟ ନାୟକ ଓ ବାରଖମା ର ବୁଦ୍ଧଦେବ କହଁର ବୁଲାନି ରାସ୍ତାରେ ବୁଲେଟ ଚାଳକ ସାମନାପଟରୁ ଆସୁଥିବା ବାଇକ୍ ଚାଳକ ଙ୍କୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା l ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ଟିମ୍ ସହିତ ଅତିଶିଘ୍ର ପହଞ୍ଚି କାହାକୁ ଆଦେଶ ନ ଦେଇ ନିଜେ ଉଦ୍ଧାର କାର୍ଯ୍ୟରେ ଲାଗିପଡି ଥିଲେ ଏବଂ ଦୁଇ ଯୁବକ ଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇ ଥିଲେ l ଥାନା ଅଧିକାରୀଙ୍କ ଏହିଭଳି ମହାନ ନିଷ୍ଠାପର କାର୍ଯ୍ୟପାଇଁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି ଏଵଂ ଶୁଭେଚ୍ଛା ର ସୁଅ ଛୁଟିଛି lଦୁଇ ଗୁରୁତର ଯୁବକ ଙ୍କ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ରେଫର କରାଯାଇଥିବା ଜଣା ପଡ଼ିଛି l

What's Your Reaction?

like

dislike

love

funny

angry

sad

wow