ଦଶମ ବ୍ଲକ୍ ସ୍ତରୀୟ ମାସିକ ଆଲୋଚନା

Sep 22, 2024 - 19:56
 0  8
ଦଶମ ବ୍ଲକ୍ ସ୍ତରୀୟ ମାସିକ ଆଲୋଚନା

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍‌(ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଗୋଚ୍ଛା ଡେଙ୍ଗେନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଦଶମ ବ୍ଲକ୍ ସ୍ତରୀୟ ମାସିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚସଖା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର ଙ୍କ  ସଭାପତିତ୍ବ ରେ ଅନୁଷ୍ଠିତ ଏହି ଆଲୋଚନା ରେ ୟୁଡ଼ାଇସ ଅପଡେଟ ର ସ୍ଥିତି, ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଅନୁରୂପ ଶ୍ରେଣୀ ଗୃହ, ଉତ୍କର୍ଷ କାର୍ଯ୍ୟକ୍ରମ, ଆକାଂକ୍ଷୀ କାର୍ଯ୍ୟକ୍ରମ, ଖାନ ଏକାଡେମୀ ର ଗଣିତ ଦକ୍ଷତା ବୃଦ୍ଧିପଦକ୍ଷେପ, ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର,ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରସ୍ତୁତି ଆଦି ସଂପର୍କ ରେ ଗୋଛାଡେଙ୍ଗେନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଟିକେଲାଲ୍  ସାହୁ, ମୁଡ଼ିଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଟୁକୁନୁ ସାହୁ, ମାନିକେରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବ ଶଙ୍କର କର ସବିଶେଷ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ, ନୁନପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମି ରାଣୀ ମିଶ୍ର ସହଯୋଗ କରିଥିଲେ । ଏଥିରେ ମ,ରାମପୁର ବ୍ଲକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଥିଲେ ।

What's Your Reaction?

like

dislike

love

funny

angry

sad

wow