ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

କଳାହାଣ୍ଡି:ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗାଁରେ ଡମ୍ବ ସମାଜ ର ଜିଲ୍ଲା ସଭାପତି ଅନାମ ନାଏକଙ୍କ ସଭାପତିତ୍ବ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଡୁଲ କାଷ୍ଟ ଫେଡରେସନର ସଭାପତି ଧନଞ୍ଜୟ ଦୀପ, ମ.ରାମପୁର ବ୍ଲକ ର ସଭାପତି ବୃନ୍ଦାବନ ନାଗ ଏବଂ କଳାହାଣ୍ଡି ଡ ମ୍ୱ ସମାଜର ଉପସଭାପତି ଅଭି ରାମ ନନ୍ଦ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଡମ୍ବ ସମାଜ ର ବିଭିନ୍ନ ସମସ୍ୟା ସହ ନୂଆଁ ଖାଇ ଭେଟଘାଟ ଏକ ଭାଇଚାରାର ପର୍ବ ବୋଲି ଆଲୋଚନା ହୋଇଥିଲା।ତାସହିତ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା।l ଏଥିରେ ଶତାଧିକ ସଂଖ୍ୟାରେ ଡମ୍ବ ସମାଜର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଅଲାତରା ଗ୍ରାମ ପଞ୍ଚାୟତ ର ଡମ୍ୱ ସମାଜର କର୍ମ କର୍ତ୍ତା ଚୟନ କରା ଯାଇ ଥିଲା । ଅଲାତରା ଗ୍ରାମ ପଞ୍ଚାୟତର ସଭାପତି ଭାବରେ ଟୁକୁ ମହାନନ୍ଦ,ଉପସଭାପତି ଭାବେ ମହାଦେବ ବିଭାର ,ସମ୍ପାଦକ ଭାବେ ସନ୍ମତ ସୁନା,ଯୁଗ୍ମ ସମ୍ପାଦକ ମନୁସୁନା,କୋଷାଧ୍ୟକ୍ଷ ଭାବରେ ଚକ୍ର ଧର ଛତ୍ରିଆ ଉପଦେଷ୍ଟା ଭାବେ ୪ଜଣ ଙ୍କୁ ଚୟନ କରାଯାଇ ଥିଲା। କର୍ମଚାରୀ ମୁଖ୍ୟ ପରମେଶ୍ବର ନାଗ ଏବଂ ବ୍ଲକ ସମ୍ପାଦକ ଗୁପ୍ତେଶ୍ୱର ବିଭାର ,ପିତାମ୍ବର ନାଗ ପ୍ରମୁଖ ଉପସ୍ଥିତ ଥିଲେ ।
What's Your Reaction?






