ଦୁଇ ବାଇକ ମୁଁହାଁମୁଁହିଁ ଧକ୍କା, ଜଣେ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

Feb 24, 2025 - 20:22
 0  7
ଦୁଇ ବାଇକ ମୁଁହାଁମୁଁହିଁ  ଧକ୍କା, ଜଣେ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ 

କଳାହାଣ୍ଡି: ଲୋକ୍ ଆଵାଜ୍.ଇନ୍(ବ୍ୟୁରୋ)

-ଆଜି କଳାହାଣ୍ଡି ଜିଲ୍ଲା  ମ.ରାମପୁର ସହର ମୁଖ୍ୟ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତକ ଜଣକ ହେଲେ ସାଇଦଲଙ୍ଗା ଗାଁର ହୃଦାନନ୍ଦ କୁମାର ବୋଲି ଜଣାପଡିଛି।ସେ ନିଜ ବାଇକ୍ ଯୋଗେ ନିଜ ଗାଁକୁ ଯାଉଥିବା ସମୟରେ ବିପରୀତ ପଟୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହୃଦାନନ୍ଦ ର ମୃତ୍ୟୁ ଘଟିଥିଲା।ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ କ୍ଷତିପୂରଣ ଦାବି ନେଇ ମ.ରାମପୁର ରୁ ଭୂବନେଶ୍ଵର କୁ ସଂଯୋଗ କରୁଥିବା ମ. ରାମପୁର ମୁଖ୍ୟ ରାସ୍ତା ପଞ୍ଚାୟତ ଅଫିସ୍ ସାମ୍ନାରେ ମୃତ ଦେହକୁକୁ ରଖି  ପରିବାର ଓ ଗାଁ ଲୋକେ ବସି ରାସ୍ତା ଅବରୋଧ କରିଥିଲେ।ଦୀର୍ଘ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରାସ୍ତା ଅବରୋଧ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।ପରେ ସ୍ଥାନୀୟ ପୋଲିସ ମୃତକଙ୍କ ପରିବାରକୁ ବୁଝାସୁଝା କରିବା ସହ ତହସିଲଦାର ରେଡକ୍ରସ ପାଣ୍ଠି ରୁ ୧୦୦୦୦/-, ବିଡ଼ିଓ ଙ୍କ ତରଫରୁ ଭତ୍ତା ପ୍ରତିଶ୍ରୁତି

What's Your Reaction?

like

dislike

love

funny

angry

sad

wow